ଶ୍ରୀମନ୍ଦିର ପରିଚାଳନା କମିଟିର ହାଇ ଲେବୁଲ ମିଟିଂ

ଶ୍ରୀମନ୍ଦିର ପରିଚାଳନା କମିଟିର ହାଇ ଲେବୁଲ ମିଟିଂ

ଆଜି ଅନୁଷ୍ଠିତ ହେବ ଶ୍ରୀମନ୍ଦିର ପରିଚାଳନା କମିଟିର ହାଇ ଲେବୁଲ ମିଟିଂ ବା ଉଚ୍ଚସ୍ତରୀୟ ବୈଠକ । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସଭାଗୃହ ଠାରେ ଅନୁଷ୍ଠିତ ହେବ ବୈଠକ। ପୂର୍ବାହ୍ନ ୧୧ ଟା ରେ ଅନୁଷ୍ଠିତ ହେବ ଏହି ବୈଠକ । ରଥଯାତ୍ରା ସମ୍ପର୍କିତ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହେଵ। ରାଜେନ୍ଦ୍ରାଭିଷକ ଠାରୁ ଆରମ୍ଭ କରି ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଛତିଶା ନିଯୋଗ ଅନୁମୋଦିତ ନୀତି ନିର୍ଘଣ୍ଟକୁ ମୋହର ମାରିବ କମିଟି । ଇସ୍କନ୍ ଦ୍ଵାରା ଆୟୋଜିତ ଅଦିନିଆ ରଥଯାତ୍ରା,ରତ୍ନ ଭଣ୍ଡାର ସମୀକ୍ଷା, ନାଟମଣ୍ଡପ ରେ ପ୍ରସ୍ତାବିତ ଧାଡ଼ି ଦର୍ଶନ ବ୍ୟବସ୍ଥା,ଇତ୍ୟାଦି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ମଧ୍ୟ ହୋଇପାରେ ଆଲୋଚନା।