ଶିମିଳିପାଳ ପାଇଁ ଗଠନ ହେବ ଜଏଣ୍ଟ ଟାସ୍କ ଫୋର୍ସ
ବନ କର୍ମଚାରୀଙ୍କ ଦୀର୍ଘ ଦିନର ପ୍ରମୁଖ ଦାବି ପୂରଣ ହୋଇଛି। ଶିମିଳିପାଳ ଟାଇଗର ରିଜର୍ଭ ପାଇଁ ଜଏଣ୍ଟ ଟାସ୍କ ଫୋର୍ସ ଗଠନ ହୋଇଛି। ଜଏଣ୍ଟ ଟାସ୍କ ଫୋର୍ସ ଗଠନ ପାଇଁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ଶିମିଳିପାଳ ଟାଇଗର ରିଜର୍ଭ ଫିଲଡ଼ ଡ଼ାଇରେକ୍ଟରଙ୍କ ନେତୃତ୍ୱରେ ଏହି ଟାସ୍କ ଫୋର୍ସ ଗଠନ ହୋଇଛି। ଫିଲଡ଼ ଡ଼ାଇରେକ୍ଟରଙ୍କ ସହ ବାରିପଦା, ରାଇରଙ୍ଗପୁର, ମୟୁରଭଞ୍ଜର ଡିଏଫ୍ଓମାନେ ସଦସ୍ୟ ରହିବେ। ଅନ୍ୟ ବିଭାଗର ଅଧିକାରୀମାନେ ମଧ୍ୟ ଏଥିରେ ମେମ୍ବର ରହିବେ। ଜଏଣ୍ଟ ଟାସ୍କ ଫୋର୍ସ ପାଇଁ ଓଡ଼ିଶା ପୁଲିସ ପକ୍ଷରୁ ୧୦୦ ଜଣ ସଶସ୍ତ୍ର ପୁଲିସ ମଧ୍ୟ ଫୋର୍ସରେ ରହିବେ। ୩ ଜଣ ରେଞ୍ଜ ଅଫିସର, ଡେପ୍ୟୁଟି ରେଞ୍ଜ ଅଫିସର, ୬ ଜଣ ଫରେଷ୍ଟର୍, ୮୧ ଜଣ ଫରେଷ୍ଟ ଗାର୍ଡ ମଧ୍ୟ ଏହି ଟାସ୍କ ଫୋର୍ସରେ ରହିବେ।