ଝାରସୁଗୁଡ଼ାରେ ୨ ଅଭିଯୁକ୍ତକୁ ଏନକାଉଣ୍ଟର

ଦୁଷ୍କର୍ମ ମାମଲାରେ ୨ ଅଭିଯୁକ୍ତକୁ ଏନକାଉଣ୍ଟର

ଝାରସୁଗୁଡ଼ାରେ ୨ ଅଭିଯୁକ୍ତକୁ ଏନକାଉଣ୍ଟର । ଝାରସୁଗୁଡ଼ା ବେଲପହାଡ଼ ରାସ୍ତାରେ ଏନକାଉଣ୍ଟର । ଦୁଇ ଅଭିଯୁକ୍ତ ସେକ ଆଶିଷ, ଅଭିଷେକ ବାରିକକୁ ଏନକାଉଣ୍ଟର । ଦୁଇ ଅଭିଯୁକ୍ତ ନାବାଳିକା ଦୁଷ୍କର୍ମ ମାମଲାରେ ଥିଲେ ଅଭିଯୁକ୍ତ । ଉଭୟ ଜଣେ ୧୫ ବର୍ଷିୟ ନାବାଳିକା  ଦୁଷ୍କର୍ମ ମାମଲାରେ ଫେରାର ଥିଲେ । ସୂଚନା ଦେଲେ ଉତ୍ତରାଅଞ୍ଚଳ ଆଇଜି  ଓ ଝାରସୁଗୁଡ଼ା ଏସପି। ପୋଲିସ ଅଭିଯୁକ୍ତକୁ ଧରିବାକୁ ଯାଇଥିବା ବେଳେ ପୋଲିସ ଉପରକୁ ଆକ୍ରମଣ କରିଥିଲେ ଅଭିଯୁକ୍ତ । ଦୁଇ ଅଭିଯୁକ୍ତଙ୍କୁ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ଝାରସୁଗୁଡ଼ା ବେଲପାହାଡ଼ ନିଛାଟିଆ ଜଙ୍ଗଲ ରାସ୍ତା ରେ ପୋଲିସ ଏସଆଇଠୁ ବନ୍ଧୁକ ଛଡାଇ ଜଙ୍ଗଲ ମଧ୍ୟକୁ ପଲେଇ ଯାଇଥିଲେ ପୋଲିସ ଜଙ୍ଗଲକୁ ପିଛା କରି ସରେଣ୍ଡର ସୁଯୋଗ ଦେଇଥିଲେ କିନ୍ତୁ ଅଭିଯୁକ୍ତ ପୋଲିସ ଉପରକୁ ୬ ରାଉଣ୍ଡୁ ଫାଇରିଂ କରିଥିଲେ ।ଏହାପରେ ଏନକାଉଣ୍ଟର କରିଥିଲା ପୋଲିସ । ଯାହା ଫଳରେ ଦୁଇ ଅଭିଯୁକ୍ତ ଙ୍କ ଗୋଡ଼ରେ ଗୁଳି ବାଜିଥିଲା ।