ମିଆଁମାରରେ ଶକ୍ତିଶାଳୀ ଭୂମିକମ୍ପ ଝଟକା
ଦୁଇଟି ଶକ୍ତିଶାଳୀ ଭୂକମ୍ପ ଝଟ୍କାରେ ଥରିଉଠିଲା ମିଆଁମାର । ଭୁଶୁଡିଲା ଆଇକନିକ୍ ବ୍ରିଜ୍, ମାଟିରେ ମିଶିଲା ସୁଉଚ୍ଚ ଅଟ୍ଟାଳିକା । ଆଜି ମିଆଁମାରରେ ଯଥାକ୍ରମେ ୭.୭ ଓ ୭.୨ ତୀବ୍ରତାର ଦୁଇଟି ବଡ଼ ଧରଣର ଭୂକମ୍ପ ହୋଇଛି । ଏହି ଭୂକମ୍ପ ଏତେ ଭୟଙ୍କର ଥିଲା ଯେ, ୯୦୦ କିଲୋମିଟର ଦୂର ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକକୁ ଦୋହଲାଇ ଦେଇଥିଲା । ଏଥିରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଅନେକ ଲୋକ ମୃତାହତ ହୋଇଥିବା ଆଶଙ୍କା କରାଯାଉଥିବାବେଳେ, ଅନେକ ନିଖୋଜ ଅଛନ୍ତି । ତେବେ ଏନେଇ ଏ ଯାଏଁ ସ୍ପଷ୍ଟ ସୂଚନା ମିଳିପାରିନି । ବିଭିନ୍ନ ସ୍ଥାନରେ କୋଠା ଭୁଶୁଡି ୪୩ ଜଣ ନିଖୋଜ ଥିବା କୁହାଯାଉଛି । ଏହି ଭୂକମ୍ପ ଯୋଗୁଁ ମିଆଁମାରରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଅନେକ ମୃତାହତ ହୋଇଥିବାର ଆଶଙ୍କା କରାଯାଉଛି । ମାତ୍ର ମୃତାହତ ସଂଖ୍ୟା ନେଇ କୌଣସି ସ୍ପଷ୍ଟ ସୂଚନା ହସ୍ତଗତ ହୋଇପାରିନି । ଶକ୍ତିଶାଳୀ ଭୂକମ୍ପ ଝଟ୍କାରେ ମିଆଁମାରର ମାଣ୍ଡାଲାସ୍ଥିତ ଇରାୱାଡି ନଦୀରେ ଥିବା ଆଇକନିକ୍ ଆଭା ବ୍ରିଜ ଭୁଶୁଡି ପଡିଛି । ଏଥିସହ ବଡ଼ ବଡ଼ ବିଲ୍ଡିଂ ମଧ୍ୟ ମାଟିରେ ମିଶିଯାଇଛି । ଏହି ଭୂକମ୍ପର କେନ୍ଦ୍ରସ୍ଥଳ ମିଆଁମାରର ସାଗାଇଂ (Sagaing) ବୋଲି ଜଣାପଡିଛି । ମିଆଁମାରରେ ଅନୁଭୂତ ଭୂକମ୍ପ ବ୍ୟାଙ୍କକ୍ ସହିତ ଚୀନ ଓ ତାଇୱାନର କିଛି ସ୍ଥାନରେ ମଧ୍ୟ ଅନୁଭୂତ ହୋଇଛି ।
ମଣିପୁର, ମେଘାଳୟରେ ମଧ୍ୟ ଭୂମିକମ୍ପ ଝଟ୍କା। ୨ ରାଜ୍ୟରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ଏହାର ତିବ୍ରତା ୪.୦ ରହିଥିଲା। ଏହି ଘଟଣାରେ ଉଦବେଗ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସମସ୍ତଙ୍କ ସୁରକ୍ଷା କାମନା କରିଛନ୍ତି। ସମସ୍ତ ପ୍ରକାର ସହାୟତା ପାଇଁ ଭାରତ ପ୍ରସ୍ତୁତ ବୋଲି କହିଛନ୍ତି।
