୨ ବର୍ଷରେ ପରିବହନ ବିଭାଗରେ ୪୫ କୋଟି ୪୬ ଲକ୍ଷ ଟଙ୍କା କ୍ଷତି

କ୍ଷତିରେ ଚାଲିଛି OSRTC

କ୍ଷତିରେ ଚାଲିଛି OSRTC। ବିଧାନସଭାରେ ଲିଖିତ ପ୍ରଶ୍ନର ଉତ୍ତର ଦେଇ ବିଭାଗୀୟ ମନ୍ତ୍ରୀ କହିଛନ୍ତି କି, ରାଜ୍ୟ ସରକାରଙ୍କ ପରିବହନ ବିଭାଗ ଏବେ କ୍ଷତିରେ ଚାଲିଛି । ଗତ ଦୁଇବର୍ଷ ମଧ୍ୟରେ ୪୫ କୋଟି ୪୬ ଲକ୍ଷ ଟଙ୍କା କ୍ଷତି ହୋଇଛି । ୨୦୨୨-୨୩ ଆର୍ଥିକ ବର୍ଷରେ ୧୮ କୋଟି ୮୩ ଲକ୍ଷ ଟଙ୍କା କ୍ଷତି ହୋଇଥିବା ବେଳେ ୨୦୨୩-୨୪ ଆର୍ଥିକ ବର୍ଷରେ ୨୬ କୋଟି ୬୨ ଲକ୍ଷ ଟଙ୍କା କ୍ଷତି ହୋଇଛି । ସେହିଭଳି ୨୦୨୨-୨୩ ରେ ୧୪୫ କୋଟି ଟଙ୍କା ଆୟ ହୋଇଥିବା ବେଳେ ବ୍ୟୟ ହୋଇଛି ୧୬୪ କୋଟି ୧୨ ଲକ୍ଷ ଟଙ୍କା । ଅନ୍ୟପଟେ ୨୦୨୩-୨୪ ଆର୍ଥିକ ବର୍ଷରେ ୧୫୬ କୋଟି ୪୩ ଲକ୍ଷ ଟଙ୍କା ଆୟ ହୋଇଥିବା ବେଳେ ବ୍ୟୟର ପରିମାଣ ରହିଛି ୧୮୩ କୋଟି ୬ ଲକ୍ଷ ଟଙ୍କା । ପୂର୍ବ ବର୍ଷ ତୁଳନାରେ ଆୟ ବଢିଥିବା ବେଳେ ବ୍ୟୟର ପରିମାଣ ବଢିଥିବା ନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା ।