ରାଜ୍ୟରେ ଖାଲି ପଡିଛି ଆଇଏଏସ, ଆଇପିଏସ ପଦବୀ

ରାଜ୍ୟରେ ଖାଲି ପଡିଛି ଆଇଏଏସ, ଆଇପିଏସ ପଦବୀ

ରାଜ୍ୟରେ ଖାଲି ପଡିଛି ଆଇଏଏସ, ଆଇପିଏସ ପଦବୀ। ମୁଖ୍ୟମନ୍ତ୍ରୀଙ୍କ ଏହି ଉତ୍ତର ବର୍ତ୍ତମାନ ସମସ୍ତଙ୍କ ମନରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ରାଜ୍ୟରେ କେତେ ଆଇଏଏସ୍, ଆଇପିଏସ୍, ଆଇଏଫଏସ୍ ସହ ଓଏଏସ୍ ପଦବୀ ଫାଙ୍କା ପଡିଛି, ଏଭଳି ପ୍ରଶ୍ନ ବିଧାନସଭାରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ କରିଥିଲେ । ଏହାର ଉତ୍ତର ଦେଇଥିଲେ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉତ୍ତର ମୁତାବକ, ରାଜ୍ୟରେ ଏବେ ବି ୬୭ ଆଇଏଏସ୍, ୬୯ ଆଇପିଏସ୍, ୬୯ ଆଇଏଫଏସ୍ ସହ ୨୫୩ ଓଏଏସ୍, ୨୫୩ ଓପିଏଏସ୍, ୨୭୪ ଓଡ଼ିଶା ଅର୍ଥ ସେବା, ୬୧୧ ଓଡ଼ିଶା ବନ ସେବା ଆଉ ୨୬୩ ଓଆରଏସ୍ ପଦବୀ ଫାଙ୍କା ପଡିଛି ।