ଘୁଞ୍ଚିଲା ଓଡ଼ିଶା ପୋଲିସ ଏସଆଇ  ପ୍ରିଲିମ୍ସ

ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ ଗ୍ରୁପ୍ ‘ବି’ ପଦବୀ ପରୀକ୍ଷା ସ୍ଥଗିତ

ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ (ଓପିଆରବି) ଗ୍ରୁପ୍ ‘ବି’ପଦବୀ ପାଇଁ ହେବାକୁ ଥିବା ପରୀକ୍ଷାକୁ ସ୍ଥଗିତ ରଖିଛି। ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ (ଓପିଆରବି) ଗ୍ରୁପ୍ ‘ବି’ପଦବୀ ପାଇଁ ଆଗାମୀ ପରୀକ୍ଷାକୁ ସ୍ଥଗିତ ରଖିଛି, ଯାହା ପ୍ରଥମେ ମାର୍ଚ୍ଚ ୮ ଏବଂ ୯ ରେ ହେବାକୁ ଥିଲା। ଓପିଆରବି କହିଛି ଯେ, ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ପରୀକ୍ଷା ସ୍ଥଗିତ ରଖାଯାଇଛି। ଦୁଇ ଦିନରେ  ୪ ଭିନ୍ନ ଭିନ୍ନ ନିଯୁକ୍ତି ପରୀକ୍ଷାକୁ ନେଇ ଓଡ଼ିଶାରେ ଆଶାୟୀମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଥିଲା। କାରଣ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ପରୀକ୍ଷା ମାର୍ଚ୍ଚ ୮ ଏବଂ ମାର୍ଚ୍ଚ ୯ ଦୁଇଦିନରେ ପଡୁଛି। କାର୍ଯ୍ୟସୂଚୀ ବିଶୃଙ୍ଖଳାର ପ୍ରତିବାଦରେ ଷ୍ଟୁଡେଣ୍ଟସ୍ ଏଗେନ୍ଷ୍ଟ୍ କରପସନ୍ (ଏସଏସି) ସଂଗଠନ ଏନେଇ ରାସ୍ତାକୁ ଓହ୍ଲାଇଥିଲେ।ଦୁଇଟି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା, ଏସବିଆଇ ପିଓ ପ୍ରିଲିମ୍ସ ଏବଂ ଓଡ଼ିଶା ପୁଲିସ ଏସଆଇ  ପ୍ରିଲିମ୍ସ, ୮ ମାର୍ଚ୍ଚ ୨୦୨୫ରେ ହେବାକୁ ସ୍ଥିର କରାଯାଇଥିଲା। ଏହା ସହିତ, ଓପିଏସସି ସହକାରୀ କୃଷି ଅଧିକାରୀ (ଏଏଓ) ପରୀକ୍ଷା ଏବଂ ରେଳ ସୁରକ୍ଷା ବଳ (ଆରପିଏଫ) କନଷ୍ଟେବଳ ପରୀକ୍ଷା ଉଭୟ ୯ ମାର୍ଚ୍ଚ  ୨୦୨୫ରେ ହେବାକୁ ସ୍ଥିର କରାଯାଇଥିଲା।