ଫେବୃଆରୀ ୨୮ରେ ଓଡ଼ିଶା ଆସିବେ ଜେପି ନଡ୍ଡା

ଓଡ଼ିଶା ଆସିବେ ଜେପି ନଡ୍ଡା

ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।  ସେ ଫେବୃଆରୀ ୨୮ରେ ପୁରୀରେ ଜାତୀୟ ସ୍ଵାସ୍ଥ୍ୟ ମିଶନ କାର୍ଯ୍ୟକ୍ରମରେ ଯୋଗ ଦେବେ ।  କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟର ସ୍ଵାସ୍ଥ୍ୟ ସଚିବ ଯୋଗ ଦେଉଛନ୍ତି ।  ଏହି ସମୟରେ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ସଚିବଙ୍କ ସହ ଆଲୋଚନା କରିବେ । ସୂଚନା ଅନୁସାରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ଜେପି ନଡ୍ଡା । ପୁରୀରେ ଆୟୋଜିତ ହେବାକୁ ଥିବା ଜାତୀୟ ସ୍ଵାସ୍ଥ୍ୟ ମିଶନ ସହ ଅନେକ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହି ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ସ୍ଵାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଉପସ୍ଥିତ ରହିବେ । ଏହା ସହ ବିଭିନ୍ନ ରାଜ୍ୟର ସ୍ଵାସ୍ଥ୍ୟ ସଚିବ ଏହି କାର୍ଯ୍ୟକ୍ରମ ସାମିଲ ହେବେ । ୨୮ରୁ ଦୁଇ ଦିନ ଧରି ସ୍ଵାସ୍ଥ୍ୟ ସମ୍ମିଳନୀ ଆୟୋଜିତ ହେବ ।