ଆଜିଠୁ ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମାଘମେଳା

ଆଜିଠୁ ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମାଘମେଳା

ଆଜିଠୁ ଆରମ୍ଭ ହେବ ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମାଘମେଳା। ପ୍ରସ୍ତୁତି ଚୁଡାନ୍ତ ପର୍ୟ୍ୟାୟରେ ପହଞ୍ଚିଛି। ଚଳିତ ବର୍ଷ ପାଗ ଅନୁଗୁଳ ଥିବାରୁ ଲକ୍ଷାଧିକ ମହିମା ସାଧୁ ଓ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି। ମହଣ ମହଣ ଘିଅରେ ବିଶ୍ୱର କଲ୍ୟାଣ ପାଇଁ ଜଳିବ ଝାଡ ଦୀପ। ମହିମା ଧର୍ମର ଉତ୍ପତ୍ତି ସ୍ଥଳ ଯୋରନ୍ଦା ମହିମାଗାଦୀ। ମାଘମେଳା ପାଇଁ ସଜେଇ ହେଲାଣି ଗାଦୀ ପୀଠ। ମନ୍ଦିର ପରିସର ସଫା ସୁତୁରା କରି ରଙ୍ଗ କରାଯାଇଛି। ମାଘ ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥିରୁ ଦୁଇ ଦିନ ଧରି ଚାଲିବ ମେଳା। ସନ୍ଧ୍ୟାରେ ଗାଦୀ ମନ୍ଦିର, ଶୂନ୍ୟ ମନ୍ଦିର, ଜ୍ୟୋତି ମନ୍ଦିର ଓ ଦଲକ ଅଞ୍ଚଳରେ ବିରାଟକାୟ ଝାଡ ଦୀପ ଜଳିବ। ମହିମା ଅଲେଖ ଧ୍ୱନୀରେ ପ୍ରକମ୍ପିତ ହେବ ଯୋରନ୍ଦା ପୀଠ। ବିଶ୍ୱାସ ରହିଛି ଶୂନ୍ୟ ମହାପ୍ରଭୂଙ୍କ ନିକଟରେ ଝାଡ ଦ୍ଵୀପ ଜାଳିଲେ, ମାନସିକ ପୁରଣ ହୁଏ, ପରିବାରରେ ସୁଖ ଶାନ୍ତି ସମୃଦ୍ଧି ଘଟିଥାଏ। ଚଳିତ ବର୍ଷ ୧୫୨ ତମ ଯୋରନ୍ଦା ମାଘ ମେଳାରେ ଲକ୍ଷାଧିକ ମହିମା ସାଧୁ ଓ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି। ରାଜ୍ୟ ସମେତ ଆସାମ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ବିହାର, ଛତିଶଗଡ, ପଶ୍ଚିମବଙ୍ଗ ଏବଂ ନେପାଳରୁ ହଜାର ହଜାର ମହିମା ସାଧୁଙ୍କ ଆଗମନ ହେବ ବୋଲି କହିଛନ୍ତି ମହିମା ସାଧୁ। ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।