କାଲକାଜୀ ଆସନରୁ ଜିତିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ
AAP ପାଇଁ ଖୁସି ଖବର। ବଡ଼ ବିଜୟ ହାସଲ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ମର୍ଲେନା। କାଲକାଜୀ ଆସନରୁ ଜିତିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ । ବିଜେପିର ରମେଶ ବିଧୁରୀଙ୍କୁ ୩୫୦୦ ଭୋଟରେ ପରାସ୍ତ କଲେ ଆତିଶୀ। ଦିଲ୍ଲୀ ବିଧାନସଭା ର୍ନିବାଚନର ଚୂଡ଼ାନ୍ତ ଫଳାଫଳ ଏପର୍ଯ୍ୟନ୍ତ ଆସିନାହିଁ, କିନ୍ତୁ ଚିତ୍ର ଅନେକ ପରିମାଣରେ ସ୍ପଷ୍ଟ ହୋଇଯାଇଛି। ଭାରତୀୟ ଜନତା ପାର୍ଟି ଟ୍ରେଣ୍ଡରେ ଏକ ର୍ନିଣ୍ଣାୟକ ନେତୃତ୍ୱ ନେଇଛି। ୨୦୧୫ ମସିହାରୁ ଦିଲ୍ଲୀରେ କ୍ଷମତାରେ ଥିବା ଆମ ଆଦମୀ ପାର୍ଟି କ୍ଷମତାଚ୍ୟୁତ ହେବାକୁ ଯାଉଛି। ଦଳ ୨୫ରୁ କମ ଆସନରେ ଆଗୁଆ ଅଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଏଏପି ଆବାହକ ଅରବିନ୍ଦ କେଜରିୱାଲ ନିଜେ ତାଙ୍କ ଆସନରୁ ପଛରେ ଅଛନ୍ତି।
