ରାଉରକେଲାରେ ମାଲ୍‌ବାହୀ ଟ୍ରେନ୍‌ ଲାଇନଚ୍ୟୁତ

ମାଲ୍‌ବାହୀ ଟ୍ରେନ୍‌ ଲାଇନଚ୍ୟୁତ

ରାଉରକେଲାରେ ମାଲ୍‌ବାହୀ ଟ୍ରେନ୍‌ ଲାଇନଚ୍ୟୁତ । ମାଲ୍‌ବାହୀ ଟ୍ରେନ୍‌ର ୩ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା । ମାଲଗୋଦାମ ବସ୍ତିର ପାର୍କିଂରେ ଟ୍ରାକରୁ ଲାଇନଚ୍ୟୁତ ହୋଇଛି । ମାଲଗୋଦାମ ଫାଟକରୁ ବାସନ୍ତୀ କଲୋନୀ ରାସ୍ତାରେ ଗମନାଗମନ ବାଧାପ୍ରାପ୍ତ ହୋଇଛି । ଟ୍ରେନ ଟି ଲାଇନଚ୍ୟୁତ ହୋଇ ନିକଟସ୍ଥ ଜନବସତିକୁ ମାଡ଼ି ଆସିଛି । ଘଟଣାସ୍ଥଳରେ ରେଳବାଇ କର୍ମଚାରୀ ଓ ସ୍ଥାନୀୟ ପୋଲିସ ପହଞ୍ଚି କିଭଳି ସୁରକ୍ଷିତ ଭାବେ ଯାତାୟାତ ହୋଇପାରିବ ସେ ଦିଗରେ ପଦକ୍ଷେପ ନେଉଛନ୍ତି ।