ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ସଂସଦରେ ଧନ୍ୟବାଦ ପ୍ରସ୍ତାବ

ମୋଦୀଙ୍କ ଟାର୍ଗେଟ୍‌ରେ କେଜ୍ରିୱାଲ-ରାହୁଲ

ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ସଂସଦରେ ଧନ୍ୟବାଦ ପ୍ରସ୍ତାବ। ଧନ୍ୟବାଦ ପ୍ରସ୍ତାବ ଉପରେ ଅଭିଭାଷଣ ରଖିଲେ ପ୍ରଧାନମନ୍ତ୍ରୀ। ନରେନ୍ଦ୍ର ମୋଦୀ ଆରମ୍ଭରୁ ବିରୋଧୀଙ୍କୁ ଟାର୍ଗେଟ୍‌ କରିଛନ୍ତି । ମୋଦୀଙ୍କ ଟାର୍ଗେଟ୍‌ରେ କେଜ୍ରିୱାଲ-ରାହୁଲ। ଦିଲ୍ଲୀ ନିର୍ବାଚନ ପୂର୍ବରୁ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ମୋଦୀ । କହିଛନ୍ତି, କିଛି ଦଳ ଭୋଟ ପୂର୍ବରୁ ଯାହା କହିଛନ୍ତି କିଛି କରିନାହାନ୍ତି । ସେଇଥି ଲାଗି ଜନତା ତାଙ୍କ କଥାକୁ ବିଶ୍ବାସ କରୁନାହାନ୍ତି । ଦୁର୍ନୀତି କଲେ ଏହାକୁ କେହି ବରଦାସ୍ତ କରିବେ ନାହିଁ ମୋଦୀ କହିବା ସହିତ ଯୁବବର୍ଗଙ୍କ ଜୀବନ ସହ କିଛି ଦଳ ଖେଳ ଖେଳୁଛନ୍ତି ବୋଲି କହିଛନ୍ତି । ବିଜେପି କେମିତି କାମ କରେ, ହରିୟାଣା ନିର୍ବାଚନରେ ପୁରା ଦେଶ ଦେଖିଲା । ଆମେ ଯାହା କହୁ ତାହା କାମରେ କରୁ । ଯୁବବର୍ଗଙ୍କୁ ଚାକିରି ଦେବା ଲାଗି ଆମେ ପ୍ରତିଶ୍ରୁତି ଦେଇଥିଲୁ କାର୍ଯ୍ୟକାରୀ କରିଛୁ । ସେଇଥି ଲାଗି ହରିୟାଣାରେ ଆମେ ତୃତୀୟଥର କ୍ଷମତାକୁ ଆସିଛୁ । ମହାରାଷ୍ଟ୍ରରେ ବି ସର୍ବାଧିକ ସିଟ୍‌ ଆମେ ପାଇଛୁ । ଏହା କେବଳ ଜନସାଧାରଣଙ୍କ ଲାଗି ସମ୍ଭବ ହୋଇପାରିଛି । ସେପଟେ କେଜ୍ରିୱାଲଙ୍କ ଉଦ୍ଦେଶ୍ୟରେ ମୋଦୀ କହିଛନ୍ତି, ଆମେ ସାଧାରଣ ଲୋକଙ୍କ ଟଙ୍କାରେ ଶିଶ ମହଲ କରିନୁ । ମୁଖ୍ୟମନ୍ତ୍ରୀଙ୍କ କାମ ଲୋକଙ୍କ ଲାଗି କାମ କରିବା । ହେଲେ ଜଣେ ମୁଖ୍ୟମନ୍ତ୍ରୀ ନିଜ ପାଇଁ କାମ କରିବା ପରିବର୍ତ୍ତେ ନିଜ ଲାଦି ଆଲିସାନ ଘର କଲେ । ଆମେ ଯେବେ ୨୦୧୪ରେ ସରକାର କଲୁ ସେବେ ବିରୋଧୀ ଦଳ ମାନ୍ୟତା କୌଣସି ଦଳ ପାଇନଥିଲେ । ଆମେ ମନଇଚ୍ଛା କାମ କରିନଥିଲୁ ବରଂ ଲୋକସଭାରେ ବିରୋଧୀ ଆସନରେ ବସିଥିବା ଦଳଙ୍କ ମଧ୍ୟରେ ଯାହାର ଅଧିକ ଆସନ ଥିଲା ତାଙ୍କୁ ଗୁରୁତ୍ବପୂର୍ଣ୍ଣ ବୈଠକରେ ନିମନ୍ତ୍ରଣ କଲୁ । ବିଜେପି ସମ୍ବିଧାନକୁ ବିଶ୍ବାସ କରେ, ସମ୍ବିଧାନର ବିଚାରଧାରାରେ କାମ କରେ । କିଛି ଲୋକ ସମ୍ବିଧାନକୁ ନିଜ ଘର ଭିତରେ ରଖିଥିଲେ ହେଲେ ଆମେ ସେମିତି କରିନୁ । ଆମେ ପିଏମ ମ୍ୟୁଜିୟମ୍‌ ନିର୍ମାଣ କରିଛୁ । ବିରୋଧୀମାନେ ସମସ୍ତେ ସେଠାକୁ ଯାଆନ୍ତୁ ଯଦି ସେଠାରେ କିଛି ତ୍ରୁଟି ରହିଛି ସରକାରଙ୍କ ଦୃଷ୍ଟି ଆକର୍ଷଣ କରନ୍ତୁ । ଆମେ ପ୍ରତିଶ୍ରୁତି ଦେଉଛୁ, ଆମେ ନିଶ୍ଚିତ ସେଦିଗରେ କାମ କରିବୁ । କ୍ଷମତାରେ ରହିବା ପରେ ଯେଉଁମାନେ ନିୟମକାନୁନ ମାନୁନାହାନ୍ତି ସେମାନେ ଗଣତନ୍ତ୍ରର ହତ୍ୟା କରନ୍ତି । ଦେଶକୁ ଏକାଠି ରଖିବାକୁ ଆମେ ପ୍ରତିଶ୍ରୁତିବଦ୍ଧ । ସେଇଥି ଲାଗି ତ ସର୍ଦ୍ଦାର ବଲ୍ଲିଭଭାଇ ପଟେଲ୍‌ଙ୍କ ସର୍ବୋଉଚ୍ଚ ପ୍ରତିମୂର୍ତ୍ତି ସ୍ଥାପନ କରିଛୁ । କିନ୍ତୁ ଦେଶର ଦୁର୍ଭାଗ୍ୟ କିଛି ନେତା ସହରାଞ୍ଚଳ ନକ୍ସଲଙ୍କ ପରି କଥା ହେଉଛନ୍ତି ।