ରିଲିଜ୍ ହେଲା ମେରି ହଜବେଣ୍ଡ କି ବିୱିର ଟ୍ରେଲର

ରିଲିଜ୍ ହେଲା ଅର୍ଜୁନଙ୍କ ମେରି ହଜବେଣ୍ଡ କି ବିୱିର ଟ୍ରେଲର

ବଲିଉଡ୍ ଅଭିନେତା ମେରେ ହଜ୍ ବେଣ୍ଡ କି ବିୱିର ଟ୍ରେଲର ଜାରି ହୋଇସାରିଛି । ଆଜି ଏହାର ଟ୍ରେଲର ଫିଲ୍ମ ନିର୍ମାତାମାନେ ରିଲିଜ୍ କରିଛନ୍ତି । ନିକଟରେ ଅର୍ଜୁନ କପୁର ସିଂଘମରେ ନଜରରେ ଆସିଥିଲେ । ଏବେ ଏହି କମେଡି ଫିଲ୍ମରେ ଅଭିନେତା ଅର୍ଜୁନଙ୍କ ବଡ ପରଦାରେ ଦେଖିବାକୁ ମିଳିବ । ସେଥିପାଇଁ ଫାନ୍ସ ମାନେ ବେଶ୍ ଉତ୍ସାହିତ ଅଛନ୍ତି । ଏହି ଟ୍ରେଲରରେ ଅର୍ଜୁନ କପୁର ଏବଂ ଭୁମି ପେଣ୍ଡେନକରଙ୍କୁ ସ୍ବାମୀ,ସ୍ତ୍ରୀ ଭୂମିକାରେ ଦେଖିବାକୁ ମିଳିବ । ଅଭିନେତା ଅର୍ଜୁନ ନିଜ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ ଯେଉଁଥିରେ ସେ ଲେଖିଥିଲେ କି ୨୧ ଫେବୃଆରୀ ୨୦୨୫ରେ ପ୍ରେକ୍ଷାଳୟରେ ମୋ ଭଳି ଜଣେ ସାଧାରଣ ବ୍ୟକ୍ତିଙ୍କୁ ‘ମେରେ ହଜ୍‌ବେଣ୍ଡ୍‌ କି ବିବି’ରେ ଦେଖିବାକୁ ମିଳିବ। କେବଳ ଅର୍ଜୁନ ନୁହନ୍ତି ଭୂମି ପେଡେନକର ଏବଂ ରାକୁଲ ପ୍ରୀତ ସିଂ ମଧ୍ୟ ପୋଷ୍ଟର ସେୟାର କରିଥିବା ଦେଖିବାକୁ ମିଳିଛି । ଅର୍ଜୁନ, ଭୂମି ଏବଂ ରାକୁଲଙ୍କ ଫିଲ୍ମ ଫେବୃଆରୀ ୨୧ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।