ଓଡ଼ିଶାରେ ଆର୍ସେଲର ନିପନ ଷ୍ଟିଲ କରିବ ନୂଆ ପ୍ରୋଜେକ୍ଟ
ଓଡ଼ିଶାରେ ଆର୍ସେଲର ନିପନ ଷ୍ଟିଲ କରିବ ନୂଆ ପ୍ରୋଜେକ୍ଟ । ଏନେଇ ସୂଚନା ଦେଇଛନ୍ତି ଶିଳ୍ପ ସଚିବ ହେମନ୍ତ ଶର୍ମା । ସେ କହିଛନ୍ତି, ଜାପାନରୁ ଆସିଥିଲେ ଆର୍ସେଲର ନିପନ ଷ୍ଟିଲର ପ୍ରତିନିଧି । ମୁଖ୍ୟମନ୍ତ୍ରୀଙ୍କ ସହ ଏନେଇ ଉଚ୍ଚସ୍ତରୀୟ ଆଲୋଚନା ହୋଇଛି । ଜଗତସିଂହପୁର ପ୍ରକଳ୍ପର ଆକ୍ସନ ପ୍ଲାନ ପ୍ରସ୍ତୁତ ହୋଇସାରିଛି । ଜେଏସଡବ୍ଲୁର ଇଭି ପ୍ରକଳ୍ପ ନେଇ ଆଲୋଚନା ହୋଇଥିବା ଶିଳ୍ପ ସଚିବ କହିଛନ୍ତି । ଉତ୍କର୍ଷ ଓଡିଶା କାର୍ୟ୍ୟକ୍ରମର ଆଜି ଦ୍ୱିତୀୟ ଦିନ । ପ୍ରଥମ ଦିନରେ ୫୪ଏମଓୟୁ ସ୍ୱାକ୍ଷରିତ ହୋଇଛି। ସାଢେ଼ ୪ ଲକ୍ଷ କୋଟି ଟଙ୍କାର ନିବେଶ ଆସିବ। ସେହିପରି ଆଜି ଦ୍ୱିତୀୟ ଦିନର ପ୍ରଥମାର୍ଦ୍ଧରେ କେବଳ ୩୦ ଏମଓୟୁ ସ୍ୱାକ୍ଷରିତ ହେବ। ପ୍ରାୟ ୩ ଲକ୍ଷ କୋଟି ଟଙ୍କାର ନିବେଶ ଆସିବ ବୋଲି କହିଛନ୍ତି ଶିଳ୍ପ ସଚିବ ହେମନ୍ତ ଶର୍ମା। ସବୁଠୁ ଅଧିକ ପୁଞ୍ଜି ନିବେଶ କରିବ ଆଦାନୀ । ୨ଲକ୍ଷ ୨୮ହଜାର କୋଟିର ପୁଞ୍ଜିନିବେଶ ପାଇଁ ଆଦାନୀ ସହ ବୁଝାମଣା । କେନ୍ଦୁଝର ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ଜେଏସଡବ୍ଲୁ ସହ ଚୁକ୍ତି କରିଛନ୍ତି ସରକାର । ଆଜି ୧୦ଟି ଶିଳ୍ପ କ୍ଷେତ୍ର ପାଇଁ ସ୍ୱତନ୍ତ୍ର ଅଧିବେଶନ କାର୍ଯ୍ୟକ୍ରମ ରହିଥିଲା ।
