ବିଧାନସଭାରେ ବିରୋଧୀଙ୍କ ବିଶୃଙ୍ଖଳାକୁ ବରଦାସ୍ତ କରାଯିବନି
ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ବିଧାନସଭାରେ ବିରୋଧୀଙ୍କ ବିଶୃଙ୍ଖଳାକୁ ବରଦାସ୍ତ କରାଯିବନି । ଅଧିବେଶନରେ ବିରୋଧୀ ଗଠନମୂଳକ ପରାମର୍ଶ ଦେଲେ ଉପାଦେୟ ହେବ । କିନ୍ତୁ ବିଶୃଙ୍ଖଳା ଆଚରଣ କଲେ ବରଦାସ୍ତ କରାଯିବନି । ଫେବ୍ରୁଆରୀ ୧୩ରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ । ୧୩ ତାରିଖରେ ମହାମହିମ ରାଜ୍ୟପାଳ ଅଭିଭାଷଣ ପ୍ରଦାନ କରିବେ । ୧୪ ଏବଂ ୧୫ ତାରିଖରେ ଅଭିଭାଷଣ ସମ୍ପର୍କରେ ଆଲୋଚନା ହେବ । ଚଳିତ ବିଧାନସଭାରେ ୨୮ ଦିନ କାଯ୍ୟକାରୀ ଦିବସ ରହିଛି । ଏହା ଭିତରେ ୩ ଦିନ ସରକାରୀ ଏବଂ ୩ ଦିନ ବେସରକାରୀ କାଯ୍ୟକ୍ରମ ରଖାଯାଇଛି । ଅଧିବେଶନ ବଜେଟ ଆଗତ ହେବ ଏହା ଉପରେ ମଧ୍ୟ ଆଲୋଚନା ହେବ । ବଜେଟ ସମ୍ପର୍କରେ ସ୍ୱତନ୍ତ୍ର ଭାବରେ ନିରୀକ୍ଷକ କରିବା ପାଇଁ ୨୨ ତାରିଖରୁ ମାର୍ଚ୍ଚ ୬ ତାରିଖ ପର୍ୟନ୍ତ ବିଭିନ୍ନ ସ୍ଥାୟୀ କମିଟି ଦ୍ଵାର ଆଲୋଚନା ହେବ । ୭ ମାର୍ଚ୍ଚରେ ସ୍ଥାୟୀ କମିଟି ଦ୍ଵାର ରିପୋର୍ଟ ଉପସ୍ଥାପନା ହେବ । ୧୦ ମାର୍ଚ୍ଚ ଠାରୁ ଖର୍ଚ୍ଚ ଦାବୀ ସମ୍ପର୍କରେ ଆଲୋଚନା ହେବ । ଏହାପରେ ୨୯ ତାରିଖରେ ବିନିଯୋଗ ବିଲ ଉପରେ ଉପସ୍ଥାପନା ହେବ ।
