ପାକିସ୍ତାନରୁ ବଲିଉଡ ଷ୍ଟାରଙ୍କୁ ହତ୍ୟା ଧମକ

୪ବଲିଉଡ ଷ୍ଟାରଙ୍କୁ ହତ୍ୟା ଧମକ

୪ବଲିଉଡ ଷ୍ଟାରଙ୍କୁ ହତ୍ୟା ଧମକ । କମେଡି କିଙ୍ଗ କପିଲ ଶର୍ମା, କମେଡିଆନ ରାଜପାଲ ଯାଦବ, କମେଡିଆନ ସୁଗନ୍ଧା ମିଶ୍ର, କୋରିଓଗ୍ରାଫର ରେମୋ ଡିସୁଜାଙ୍କୁ ଆସିଛି ହତ୍ୟା ଧମକ । ପାକିସ୍ତାନରୁ ଇ-ମେଲ ମାଧ୍ୟମରେ ଆସିଲା ଧମକ । ଏନେଇ ମୁମ୍ବାଇ ଅମ୍ବୋଲି ଥାନାରେ ମାମଲା ରୁଜୁ ହୋଇଛି। ଅଜଣା ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ପୋଲିସ। ପ୍ରାଥମିକ ତଦନ୍ତରୁ ଧମକପୂର୍ଣ୍ଣ ଇମେଲ୍ ପାକିସ୍ତାନରୁ ଆସିଛି ବୋଲି ଜଣାଯାଇଛି। ଧମକ ପୂର୍ଣ୍ଣ ଇମେଲରେ ଉଲ୍ଲେଖ ରହିଛି ଯେ, ଆମେ ଆପଣଙ୍କ ଗତିବିଧି ଉପରେ ସଂପୂର୍ଣ୍ଣ ନଜର ରଖିଛୁ। ଏହି ଇ-ମେଲ୍ କୌଣସି ପବ୍ଲିସିଟି ଷ୍ଟଣ୍ଟ କିମ୍ବା ସେମାନଙ୍କୁ ହଇରାଣ କରିବାକୁ ଉଦ୍ୟମ ନୁହେଁ। ଏହି ମେସେଜକୁ ଗମ୍ଭୀର ଓ ଗୋପନୀୟ ଭାବରେ ଗ୍ରହଣ କର, ନ ହେଲେ ଏହା ବ୍ୟକ୍ତିଗତ ଓ ପେସାଗତ ଜୀବନକୁ ପ୍ରଭାବିତ କରିବ। ଆସନ୍ତା ୮ ଘଣ୍ଟା ଭିତରେ ତ୍ୱରିତ ପ୍ରତିକ୍ରିୟା ଦେବାକୁ ଏହି ଇମେଲରେ କୁହାଯାଇଛି। ଏହି ସମୟ ଭିତରେ କୌଣସି ପ୍ରତିକ୍ରିୟା ନରଖିଲେ ଆବଶ୍ୟକ କାର୍ୟ୍ୟାନୁଷ୍ଠାନ ନେବାକୁ ଅଜଣା ଆତତାୟୀ ଧମକପୂର୍ଣ୍ଣ ଇ-ମେଲ୍ ଦେଇଛି।