ସୁଭଦ୍ରା ଆବେଦନ ନେଇ ବଡ଼ ଅପଡେଟ୍

ରାଜ୍ୟ ବାହାରେ ରହୁଥିବା ମହିଳା ପାଇବେ ସୁଭଦ୍ରା ଟଙ୍କା

ସୁଭଦ୍ରା ଆବେଦନ ନେଇ ବଡ଼ ଅପଡେଟ୍ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦେଇଛନ୍ତି ବଡ଼ ସୂଚନା । ଜିଲ୍ଲା ଭିତ୍ତିକ ସମୀକ୍ଷାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ରାଜ୍ୟ ବାହାରେ ରହୁଥିବା ମହିଳା ପାଇବେ ସୁଭଦ୍ରା ଟଙ୍କା । ପ୍ରଭାତୀ ପରିଡା କହିଛନ୍ତି, ‘ମୋର ଅନୁଭବ ହେଉଛି ରାଜ୍ୟ ବାହାରେ ବହୁତ ମହିଳା ଅଛନ୍ତି । ଯେଉଁମାନେ ସୁଭଦ୍ରାରେ ସାମିଲ ପାଇଁ ଆବେଦନ କରି ନାହାନ୍ତି । ସେମାନଙ୍କୁ ଅନୁରୋଧ, ଜଲ୍ଦି ଆବେଦନ କରନ୍ତୁ । ଆବେଦନ କରିବା ପରେ ଭେରିଫିକେସନ କରି ଆମେ ଟଙ୍କା ଦେବୁ । ଚତୁର୍ଥ ପର୍ଯ୍ୟାୟରେ ୨୦ ଲକ୍ଷରୁ ଉଦ୍ଧ୍ୱର୍ ମହିଳାଙ୍କୁ ମିଳିବ ଟଙ୍କା । ଜାନୁଆରୀ ଶେଷରେ ସୁଭଦ୍ରାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବା ନେଇ ପୂର୍ବରୁ ସୂଚନା ଦିଆଯାଇଛି ।