ସମଲିଙ୍ଗୀ ବିବାହ ଆବେଦନ ଖାରଜ

ସମଲିଙ୍ଗୀ ବିବାହକୁ ନା

ସମଲିଙ୍ଗୀ ବିବାହ ଆବେଦନ ଖାରଜ। ସୁପ୍ରିମକୋର୍ଟ ସମଲିଙ୍ଗୀ ବିବାହ ମାମଲାରେ ଦେଇଥିବା ରାୟର ପୁନର୍ବିଚାର କରିବାକୁ ମନା କରିଦେଇଛନ୍ତି। ଏହାସହିତ କୋର୍ଟ ପୁନର୍ବିଚାର ଆବେଦନକୁ ଖାରଜ କରିଛନ୍ତି। ସୁପ୍ରିମକୋର୍ଟ କହିଥିଲେ ପୂର୍ବ ରାୟରେ କୌଣସି ତ୍ରୁଟି ନାହିଁ ଏବଂ ନିଷ୍ପତ୍ତିରେ କରାଯାଇଥିବା ବିଚାର ଆଇନ ଅନୁସାରେ ହୋଇଛି ଏବଂ ଏଥିରେ କୌଣସି ପ୍ରକାର ହସ୍ତକ୍ଷେପ ଉଚିତ ହେବ ନାହିଁ। ସୂଚନାଅନୁସାରେ, ୧୭ ଅକ୍ଟୋବର, ୨୦୨୩ରେ ସୁପ୍ରିମକୋର୍ଟର ସାମ୍ବିଧାନିକ ଖଣ୍ଡପୀଠ ସ୍ପଷ୍ଟ ଭାବରେ କହିଥିଲେ ଯେ ଆମେ ସମଲିଙ୍ଗୀ ବିବାହକୁ ସ୍ୱୀକୃତି ଦେଇପାରିବୁ ନାହିଁ। କାରଣ ଏହା ସଂସଦର କ୍ଷେତ୍ରାଧିକାର ପରିସରଭୁକ୍ତ ଏକ ବିଷୟ। ତଥାପି, ସମଲିଙ୍ଗୀ ଦମ୍ପତିମାନଙ୍କୁ ସାମାଜିକ ଏବଂ ଆଇନଗତ ଅଧିକାର ପ୍ରଦାନ କରିବାକୁ ଏକ ପ୍ୟାନେଲ ଗଠନ କରିବା ପାଇଁ ସରକାରଙ୍କ ପ୍ରସ୍ତାବକୁ ସୁପ୍ରିମକୋର୍ଟ ଗ୍ରହଣ କରିଥିଲେ।ସୁପ୍ରିମକୋର୍ଟ କହିଛନ୍ତି ଯେ ରେକର୍ଡରେ କୌଣସି ତ୍ରୁଟି ଦେଖାଯାଉନାହିଁ ଏବଂ ରାୟରେ ପ୍ରକାଶିତ ମତାମତ ଆଇନ ଅନୁଯାୟୀ ଏବଂ ଏଥିରେ କୌଣସି ହସ୍ତକ୍ଷେପ ଯଥାର୍ଥ ନୁହେଁ।

Leave a Reply

Your email address will not be published. Required fields are marked *