ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ଭୁବନେଶ୍ୱର ପ୍ରଧାନମନ୍ତ୍ରୀ

ପ୍ରବାସୀ ଭାରତୀୟ ସମ୍ମିଳନୀକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ଭୁବନେଶ୍ୱର ପ୍ରଧାନମନ୍ତ୍ରୀ। ଆଜି ଆନୁଷ୍ଠାନିକ ଭାବେ କରିବେ ଉଦଘାଟନ। ଏଥିସହ ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ପ୍ରବାସୀ ଭାରତୀୟଙ୍କୁ ସମ୍ୱୋଧନ କରିବା କାର୍ଯ୍ୟକ୍ରମ ରହିଛି । ସମମ୍ମିଳନୀରେ ସାମିଲ ହେବା ପାଇଁ ଗତକାଲି ରାତିରେ ଭୁବନେଶ୍ବର ବିମାନବନ୍ଦର ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ବିମାନ ବନ୍ଦରରୁ ସେ ସିଧାସଳଖ ରାଜଭବନ ଯାଇଛନ୍ତି । ବିମାନବନ୍ଦରରେ ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମଣ୍ଡଳର ସଦସ୍ୟ ସ୍ବାଗତ କରିଛନ୍ତି। ରାଜଭବନରେ ରାତ୍ରିଯାପନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।ଆଜି ଜନତା ମୈଦାନରେ ପ୍ରବାସୀ ଭାରତୀୟ ସମ୍ମିଳନୀରେ ସାମିଲ ହେବେ । ରାଜଭବନରୁ ଦିନ ୯ଟା ୪୫ ମିନିଟରେ ବାହାରିବେ ପ୍ରଧାନମନ୍ତ୍ରୀ । ଜନତା ମଇଦାନରେ ପହଞ୍ଚି ଦିନ ୧୦ଟାରେ ପ୍ରବାସୀ ଭାରତୀୟ ସମ୍ମିଳନୀକୁ ଉଦଘାଟନ କରିବେ । ଏଥିସହ ୫ଟି ପ୍ରଦର୍ଶନୀକୁ ଉଦଘାଟନ କରିବେ ଓ ଷ୍ଟଲ ବୁଲିବେ ପ୍ରଧାନମନ୍ତ୍ରୀ ମୋଦୀ । ଏହାପରେ ପ୍ରବାସୀ ଭାରତୀୟଙ୍କୁ ପ୍ରଧାନମନ୍ତ୍ରୀ ସମ୍ୱୋଧନ କରିବା କାର୍ଯ୍ୟକ୍ରମ ରହିଛି । ଦିନ ୧୧ଟା ୫୦ରେ ଜନତା ମଇଦାନରେ ବିମାନ ବନ୍ଦର ଅଭିମୁଖେ ବାହାରିବେ । ବାୟୁସେନାର ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ । ଅପରାହ୍ଣ ୨ଟା ୨୦ ମିନିଟରେ ପ୍ରଧାନମନ୍ତ୍ରୀ ଦିଲ୍ଲୀ ପହଞ୍ଚିବା କାର୍ଯ୍ୟସୂଚୀ ରହିଛି ।

Leave a Reply

Your email address will not be published. Required fields are marked *