ଦିଲ୍ଲୀରେ ପୁଣି ଲାଗୁହେଲା GRAP-3

ଦିଲ୍ଲୀରେ ଡିଜେଲ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବ୍ୟାନ

ଦିଲ୍ଲୀରେ ପ୍ରଦୂଷଣ ପୁଣି ସ୍ଥିତି ବିଗାଡିବାରେ ଲାଗିଛି । ଏଥିପାଇଁ ଦିଲ୍ଲୀରେ ଗ୍ରାପ-୩ ଲାଗୁ କରାଯାଇଛି । ଦିଲ୍ଲୀରେ ଏକ୍ୟୁଆଇ ମାନ ୩୫୧ ରେ ପହଞ୍ଚିଛି । ଦିଲ୍ଲୀରେ ବଦଳୁଥିବା ପାଣିପାଗ ଯୋଗୁଁ ଏକ୍ୟୁଆଇ ବହୁତ ଖରାପ ଶ୍ରେଣୀରେ ପହଞ୍ଚିଛି । ଯେଉଁଥି ପାଇଁ ଗ୍ରାପ-୩ ଲାଗୁ ହୋଇଛି । ସୂଚନା ଅନୁଯାୟୀ, ପ୍ରଦୂଷଣରେ ଦ୍ରୁତ ବୃଦ୍ଧିକୁ ଦେଖି ଦିଲ୍ଲୀ, ଗୁଡଗାଓଁ, ଫରୀଦାବାଦ, ଗାଜିଆବାଦ, ଗୌତମବୁଦ୍ଧ ନଗରରେ ଗ୍ରାପ-୩ ପ୍ରତିବନ୍ଧକ ଲାଗୁହୋଇଛି। ଦିଲ୍ଲୀ ଏନସିଆରରେ ସବୁ ପ୍ରକାର ନିର୍ମାଣ କାର୍ଯ୍ୟ ଉପରେ ରୋକ୍ ଲଗାଯାଇଛି। ସେହିଭଳି ବେସରକାରୀ ଅଫିସକୁ ୫୦ ପ୍ରତିଶତ କ୍ଷମତାରେ କାମ କରିବାକୁ ପରାମର୍ଶ ଦିଆଯାଇଛି। ସେପଟେ ପ୍ରଦୂଷଣ ପ୍ରସଙ୍ଗରେ ଶୁଣାଣି କରିବା ସହ ଦିଲ୍ଲୀ ଭଳି ଦେଶର ଅନ୍ୟ ପ୍ରଦୂଷିତ ସହରକୁ ଚିନ୍ତା ପ୍ରକଟ କରିଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟ କହିଛନ୍ତି କେବଳ ଦିଲ୍ଲୀ ହିଁ ନୁହେଁ ଦେଶର ସବୁ ପ୍ରଦୂଷିତ ସହରର ସ୍ଥିତି ଉପରେ ଶୁଣାଣି କରିବେ। ଏହା ସହ ପ୍ରଦୂଷିତ ସହର ପ୍ରସଙ୍ଗରେ ଶୁଣାଣି ପରିସରକୁ ବଢ଼ାଇବେ । ଏହା ସହ ସର୍ବୋଚ୍ଚ କୋର୍ଟ କେନ୍ଦ୍ର ସରକାରଙ୍କୁ ଦେଶର ସବୁ ପ୍ରଦୂଷିତ ସହରର ତଥ୍ୟ ଉପସ୍ଥାପନ କରିବାକୁ ମଧ୍ୟ କହିଛନ୍ତି।

Leave a Reply

Your email address will not be published. Required fields are marked *