ଡେପୁଟେସନରେ ଯିବେ ଅସିତ୍ କୁମାର ପାଣିଗ୍ରାହୀ, ଅମିତାଭ ଠାକୁର ଓ ରାଜେଶ କୁମାର

ଡେପୁଟେସନରେ ଯିବେ ଆଉ ୩ ଆଇପିଏସ୍‌ ଅଧିକାରୀ

କେନ୍ଦ୍ରୀୟ ଡେପୁଟେସନରେ ଯିବେ ଆଉ ୩ ଆଇପିଏସ୍‌ ଅଧିକାରୀ । ଅସିତ ପାଣିଗ୍ରାହୀ, ଅମିତାଭ ଠାକୁର, ରାଜେଶ କୁମାର। ନିକଟରେ ଆଶିଷ ସିଂ ଓ ଡି.ଏସ୍ କୁଟ୍ଟେ ଡେପୁଟେସନରେ ଯାଇଛନ୍ତି। ପୂର୍ବରୁ ଅନ୍ୟ ଦୁଇଜଣ ଆଇପିଏସ୍ ମଧ୍ୟ ଡେପୁଟେସନରେ ଯାଇଛନ୍ତି । କିଛିଦିନ ପୂର୍ବରୁ ଦୁଇଜଣ ବିବାଦୀୟ ଆଇପିଏସ ଅଧିକାରୀ ଡି.ଏସ କୁଟ୍ଟେ ଏବଂ ଆଶିଷ ସିଂଙ୍କୁ ଡେପୁଟେସନରେ ପଠାଯାଇଛି । ଏହି ଦୁଇ ଆଇପିଏସଙ୍କୁ ଭିକେ ପାଣ୍ଡିଆନଙ୍କର ସହଯୋଗୀ ବୋଲି କୁହାଯାଉଥିଲା । ଗତ ସାଧାରଣ ନିର୍ବାଚନ ବେଳେ ବିଜେଡି ପାଇଁ କାମ କରୁଥିବାର ମଧ୍ୟ ପ୍ରମାଣ ମଳିଥିଲା । ଏହି ଦୁଇ ଆଇପିଏସଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଥିଲେ ।

Leave a Reply

Your email address will not be published. Required fields are marked *