ଡିଜିପି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ପୋଲିସିଂ ମନ୍ତ୍ର
ଭୁବନେଶ୍ୱରେ ଅନୁଷ୍ଠିତ ହୋଇଥିବା ସର୍ବଭାରତୀୟ ଡିଜିପି/ଆଇଜିପି ସମ୍ମିଳନୀରେ ସ୍ମାର୍ଟ ପୁଲିସିଂ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବ୍ୟବସ୍ଥାକୁ ରଣନୀତିକ, ଯତ୍ନଶୀଳ, ନିର୍ଭରଯୋଗ୍ୟ ଓ ସ୍ୱଚ୍ଛ କରିବାକୁ ସେ ଦେଇଛନ୍ତି ଆହ୍ୱାନ। ଏଥିସହ ଡିଜିଟାଲ୍ ଠକେଇ ଓ ସାଇବର ଅପରାଧ ରୋକିବାକୁ AI ଉପଯୋଗ କରିବାକୁ ପରାମର୍ଶ ଦେଇଛନ୍ତି।ପ୍ରଧାନମନ୍ତ୍ରୀ କହିଛନ୍ତି, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଓ ଆସପିରେସନାଲ୍ ଇଣ୍ଡିଆ ହେଉଛି ଡବଲ୍ AI। କାର୍ଯ୍ୟଚାପ ହ୍ରାସ କରିବା ପାଇଁ ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରନ୍ତୁ। ବିକଶିତ ଭାରତକୁ ଦୃଷ୍ଟିରେ ରଖି ପୁଲିସ ବ୍ୟବସ୍ଥାର ଆଧୁନିକୀକରଣ ହେଉ। ହ୍ୟାକିଂ ରୋକିବାକୁ ଜାତୀୟ ପୁଲିସ ହ୍ୟାକାଥନ ଆପଣାଇବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।