ମନ୍ଦିରରେ ଉତ୍ସବ ପାଳନ ବେଳେ ଭୟଙ୍କର ବିସ୍ଫୋରଣ

ମନ୍ଦିରରେ ବାଣ ବିସ୍ଫୋରଣ, ୧୫୦ରୁ ଅଧିକ ଆହତ

ବିଳମ୍ୱିତ ରାତିରେ କେରଳରେ ବଡ଼ ଧରଣର ଅଘଟଣ ଘଟିଛି। ଅଞ୍ଜୁତମ୍ବାଲମ୍ ଭାରାକାଭୁ ମନ୍ଦିରରେ ବାର୍ଷିକ କାଲିଆଟମ୍ ଉତ୍ସବ ଚାଲିଥିବା ବେଳେ ବାଣ ବିସ୍ଫୋରଣ ଘଟି ୧୫୦ରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ୮ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। କେରଳର ଏହି ମନ୍ଦିରରେ ଦୀପାବଳି ପୂର୍ବରୁ ମନ୍ଦିରରେ ପୂଜାର ଆୟୋଜନ କରାଯାଇଥିଲା। ବିଳମ୍ୱିତ ରାତି ପ୍ରାୟ ସାଢେ ୧୨ଟାରେ ଭାରାକାଭୁ ମନ୍ଦିର ନିକଟରେ ଥିବା ଏକ ବାଣ ଗୋଦାମରେ ଅଗ୍ନିକାଣ୍ଡ ଘଟିଥିଲା। ଚାହୁଁଚାହୁଁ ନିଆଁ ବ୍ୟାପିଯିବା ସହ ବଡ଼ ଧରଣର ବିସ୍ଫୋରଣ ଘଚିଛି। ଏଥିରେ ମହିଳା ଏବଂ ଶିଶୁଙ୍କ ସମେତ ଅନେକ ଲୋକ ଆହତ ହୋଇଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, କେରଳର କାସାରାଗୋଡ ଜିଲ୍ଲାର ନୀଲେଶ୍ୱରରେ ମୋଲାମୁକୁଜୀ ଚାମୁଣ୍ଡି ଥିୟମ ମହୋତ୍ସବରେ ଆତସବାଜି ପ୍ରଦର୍ଶନ ସମୟରେ ଏହି ଘଟଣା ଘଟିଛି। ବାଣ ଫୁଟାଇବା ବେଳେ ନିଆଁ ବାଣ ଗୋଦାମରେ ପଡିଥିଲା। ଯାହାପରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ଆହତମାନଙ୍କୁ କାସାରାଗୋଡ, କନ୍ନୁର ଏବଂ ମଙ୍ଗଲୁରୁର ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Leave a Reply

Your email address will not be published. Required fields are marked *