ନବୀନ ପୁଣି ଗଢିଲେ ୬୦ ଜଣିଆ କମିଟି

ନବୀନଙ୍କ କମିଟିରୁ ବବି, ମାନସ ବିଦା

୩ଟି ନୂଆ କମିଟି ଗଠନ ହୋଇଛି ଯେଉଁଥିରେ ଉଭୟ ବବି ଓ ମାନସଙ୍କୁ ସାମିଲ କରାଯାଇନାହିଁ । ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଅତନୁ ସବ୍ୟସାଚୀ ନାୟକ ଓ ସଞ୍ଜୟ ଦାସବର୍ମାଙ୍କ ନେତୃତ୍ୱରେ ଯଥାକ୍ରମେ ୧୭ଜଣିଆ ଉପଦେଷ୍ଟା କମିଟି, ୨୨ଜଣିଆ ସଦସ୍ୟତା ଅଭିଯାନ କମିଟି ଓ ୨୧ଜଣିଆ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ କମିଟି ଗଠନ କରାଯାଇ ମୋଟ ୬୦ଜଣ ନେତାଙ୍କୁ ସନ୍ତୁଷ୍ଟ କରିବାକୁ ବିଜେଡି ପ୍ରୟାସ କରିଛି । ଏହି ୬୦ଜଣିଆ ସଦସ୍ୟ ବିଶିଷ୍ଟ ୩ଟି ଯାକ କମିଟି ଅଗଷ୍ଟ ୫ତାରିଖରେ ଗଠିତ ଦେବୀ ମିଶ୍ର ନେତୃତ୍ୱାଧୀନ ସମନ୍ୱୟ କମିଟିକୁ ସହଯୋଗ କରିବେ ବୋଲି ଦଳ କହିଛି ।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ୩ଟି ନୂଆ କମିଟି ଘୋଷଣା କରିଛନ୍ତି । ଦେବୀ ମିଶ୍ରଙ୍କ କମିଟିକୁ ଏହି ସମସ୍ତ ୩ଟି କମିଟି ସହଯୋଗ କରିବେ । ଉପଦେଷ୍ଟା କମିଟିର ସଂଯୋଜକ ଭାବେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଥିବାବେଳେ ଏଥିରେ ଉଷା ଦେବୀ, ପ୍ରଫୁଲ୍ଲ ମଲ୍ଲିକ, ଚନ୍ଦ୍ରଶେଖର ସାହୁ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ ,ପ୍ରଫୁଲ୍ଲ ସାମଲ, ଅଶୋକ ଚନ୍ଦ୍ର ପଣ୍ଡା, ପଦ୍ମନାଭ ବେହେରା, ବଦ୍ରିନାରାୟଣ ପାତ୍ର, ମଙ୍ଗଳା କିଷାନ, ଭୂପିନ୍ଦର ସିଂ, ରବିନାରାୟଣ ନନ୍ଦ, ଆୟୁବ ଖାନ୍‌, ସରୋଜିନୀ ହେମ୍ବ୍ରମ, ଶଶୀଭୂଷଣ ବେହେରା, ରଜନୀକାନ୍ତ ସିଂ ଓ ଗଣେଶ୍ୱର ବେହେରା ସଦସ୍ୟ ରହିଛନ୍ତି ।

ସେହିପରି ସଦସ୍ୟତା ଅଭିଯାନ କମିଟିର ମୁଖ୍ୟ ଭାବେ(ସଂଯୋଜକ) ଅତନୁ ସବ୍ୟସାଚୀ ନାୟକ ଥିବାବେଳେ ସଦସ୍ୟ ଭାବେ ରାଜେନ୍ଦ୍ର ଢ଼ୋଲକିଆ, ଦିବ୍ୟଶଙ୍କର ମିଶ୍ର, ରବୀନ୍ଦ୍ର ଜେନା, ଚନ୍ଦ୍ରସାରଥୀ ବେହେରା, ମୁନ୍ନା ଖାନ୍ , ଅନନ୍ତ ନାରାୟଣ ଜେନା, ଅମର ପଟ୍ଟନାୟକ, ରାଜଶ୍ରୀ ମଲ୍ଲିକ, ଜଗନ୍ନାଥ ସାରକା, ବିଜୟ ନାୟକ, ଶର୍ମିଷ୍ଠା ସେଠୀ, ଉମାକାନ୍ତ ସାମନ୍ତରାୟ, ମୁକେଶ କୁମାର ପାଲ, ସଞ୍ଜିବ ମଲ୍ଲିକ, ନିରଞ୍ଜନ ବିଶି, ସୁଭାଶୀଷ ଖୁଂଟିଆ, ରୋମାଂଚ ରଞ୍ଜନ ବିଶ୍ୱାଳ, ଗୌତମବୁଦ୍ଧ ଦାସ, ଯୋଗେଶ କୁମାର ସିଂ, ଅରବିନ୍ଦ ମହାପାତ୍ର ଓ ରମାକାନ୍ତ ଭୋଇ ଅଛନ୍ତି । ଅତନୁଙ୍କ ଟିମରେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ରହିବାକୁ ନେଇ ମଧ୍ୟ ଚର୍ଚ୍ଚା ଲାଗି ରହିଛି ।

ସେହିପରି କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ କମିଟିର ସଂଯୋଜକ ଭାବେ ସଞ୍ଜୟ କୁମାର ଦାସବର୍ମା ଥିବାବେଳେ ପ୍ରଶାନ୍ତ କୁମାର ମୁଦୁଲି, ରାଜେନ୍ଦ୍ର କୁମାର ସାହୁ, କଳିକେଶ ନାରାୟଣ ସିଂଦେଓ, ସାନନ୍ଦ ମାରାଣ୍ଡି, ସୁଧୀର କୁମାର ସାମଲ, ପ୍ରୀତିରଞ୍ଜନ ଘଡ଼େଇ, ପ୍ରଣବ ବଳବନ୍ତରାୟ, ଲତିକା ପ୍ରଧାନ, ବିକ୍ରମ କୁମାର ପଣ୍ଡା, ବ୍ରଜ କିଶୋର ପ୍ରଧାନ, ଧ୍ରୁବଚରଣ ସାହୁ, ଶ୍ରୀକାନ୍ତ ସାହୁ, ସୁଶାନ୍ତ କୁମାର ବେହେରା, ଅଧୀରାଜ ପାଣିଗ୍ରାହୀ, ଭୃଗୁ ବକ୍ସିପାତ୍ର, ଲେଖାଶ୍ରୀ ସାମନ୍ତସିଂହାର, ମନ୍ମଥ କୁମାର ରାଉତରାୟ, ମନୋରମା ମହାନ୍ତି, ଦୀପାଳି ଦାସ ଓ ବିଶ୍ୱରଞ୍ଜନ ମଲ୍ଲିକ ସଦସ୍ୟ ଅଛନ୍ତି ।

ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଦଳର ପ୍ରତ୍ୟେକ କମିଟିରେ ବବି ଓ ମାନସ ନିଜେ ରହିବା ସହ ତାଙ୍କର ଖାସ୍ ଅନୁଗତମାନଙ୍କୁ ସାମିଲ କରୁଥିଲେ । ତେବେ ଦଳର ଜିଲ୍ଲାସ୍ତରରରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ନେତାମାନଙ୍କ ଭିତରେ ବବି ଓ ମାନସଙ୍କୁ ନେଇ ରହିଥିବା ଆକ୍ରୋଶକୁ ଦେଖି ଉଭୟଙ୍କୁ କୌଣସି କମିଟିରେ ରଖାଯାଇନଥିବା ଜଣାପଡ଼ିଛି । ପୂର୍ବରୁ ଅଗଷ୍ଟ ୫ତାରିଖରେ ଦେବୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୧୫ଜଣିଆ ସମନ୍ୱୟ କମିଟିରେ ମଧ୍ୟ ବବି ଓ ମାନସଙ୍କୁ ସ୍ଥାନ ମିଳିନଥିଲା ।

Leave a Reply

Your email address will not be published. Required fields are marked *