ଭରତପୁର ଥାନା ଘଟଣା, ଗିରଫ ହେଲେ ୭ ରୋଡ୍‌ ରୋମିଓ

ଗିରଫ ହେଲେ ୭ ରୋଡ୍‌ ରୋମିଓ

ଭରତପୁର ଘଟଣାକୁ ନେଇ କେବଳ ରାଜ୍ୟ ରାଜନୀତି ନୁହେଁ ଜାତୀୟ ରାଜନୀତି ମଧ୍ୟ ସରଗରମ ରହିଛି। ଘଟଣାର ବିଭିନ୍ନ ଭିଡିଓ ଭାଇରାଲ ହେବା ପରେ ଏବେ ଚର୍ଚ୍ଚା ଆହୁରି ଜୋର୍‌ ଧରିଛି। ବର୍ତ୍ତମାନ ଚନ୍ଦକା ରାସ୍ତାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ମାରିବା ଅଭିଯୋଗରେ ପୋଲିସ ୭ଜଣ ରୋଡ୍‌ ରୋମିଓଙ୍କୁ ଗିରଫ କରିଛି। ଚନ୍ଦକା ଥାନାର କମିଶନରେଟ ପୋଲିସ ୭ ଦୁର୍ବୃତ୍ତଙ୍କୁ ଗିରଫ କରିଛି। ଘଟଣା ଘଟିବା ପରେ କିଛିଜଣଙ୍କ ସନ୍ଦେହରେ ଅଟକ ରଖାଯିବା ପରେ ସେମାନଙ୍କୁ ପୋଲିସ ଆଜି ଗିରଫ କରିଛି। ଗିରଫ ନେଇ ଏଡିସିପି କୃଷ୍ଣପ୍ରସାଦ ଦାସ ସୂଚନା ଦେଇଛନ୍ତି। ୭ ଜଣଙ୍କୁ ଗିରଫ କରିବା ସହ ୧୧ ମୋବାଇଲ, ଗୋଟିଏ ଗାଡ଼ି ଜବତ ହୋଇଛି।

Leave a Reply

Your email address will not be published. Required fields are marked *