ବିଜ୍ଞାପନରେ ପାଣ୍ଡିଆନଙ୍କ ଫଟୋ ପାଇଁ ଖର୍ଚ୍ଚ ହୋଇଛି ୧୫ କୋଟି

ପାଣ୍ଡିଆନଙ୍କ ଫଟୋରେ ୧୫ କୋଟି ଖର୍ଚ୍ଚ

ଭିକେ ପାଣ୍ଡିଆନଙ୍କ ପ୍ରଚାର ପାଇଁ ଖର୍ଚ୍ଚ ହୋଇଛି ୧୫ କୋଟିରୁ ଅଧିକ ଟଙ୍କା । ବିଜ୍ଞାପନରେ ଭିକେ ପାଣ୍ଡିଆନଙ୍କ ଫଟୋ ଲାଗିବା ପାଇଁ ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହୋଇଛି ୧୫ କୋଟି ୨୬ ଲକ୍ଷ ୯୧ ହଜାର ୯୩୩ ଟଙ୍କା । ବିଧାନସଭାରେ ବିଜେପି ବିଧାୟକ ଲକ୍ଷ୍ମଣ ବାଗଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ଲିଖିତ ଉତ୍ତର ଦେଇଛନ୍ତି । ସେହିପରି ପାଞ୍ଚ ବର୍ଷରେ ପ୍ରଚାର ପାଇଁ ପୂର୍ବତନ ବିଜେଡି ସରକାର ଖର୍ଚ୍ଚ କରିଥିଲେ ୪ଶହ ୫୨ କୋଟି ୯୬ ଲକ୍ଷ ଟଙ୍କା । ବିଧାନସଭାରେ BJP ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।