‘କାହା ଅନୁମତିରେ ସେ ହେଲିକପ୍ଟରରେ ଉଡ଼ୁଥିଲେ’
ପାଣ୍ଡିଆନଙ୍କ ହେଲିକେପ୍ଟର୍ ଖର୍ଚ୍ଚର ହେବ ତଦନ୍ତ । ପାଣ୍ଡିଆନଙ୍କ ଉପରେ ତଦନ୍ତକୁ ନେଇ ପୁଣି ଦୋହରାଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଭିକେ ପାଣ୍ଡିଆନ ହେଲିକପ୍ଟର ପିଛା କେତେ ଖର୍ଚ୍ଚ ହୋଇଛି ସେନେଇ ସମ୍ପୂର୍ଣ୍ଣ ତଦନ୍ତ ହେବ । ଖାଲି ଏତିକି ନୁହେଁ, ୪୦୦ରୁ ୪୫୦ ଜାଗାକୁ ହେଲିକପ୍ଟରରେ ପାଣ୍ଡିଆନ ଯାଇଛନ୍ତି । ପାଣ୍ଡିଆନ୍ଙ୍କ ଗସ୍ତ ପାଇଁ ହେଲିପ୍ୟାଡ୍ ନିର୍ମାଣ ହେଉଥିଲା, ଏହାକୁ ନିର୍ମାଣ କରିବାକୁ କିଏ କିଏ ଅନୁମତି ଦେଇଥିଲା। କାହା ଅନୁମତିରେ ସେ ହେଲିକପ୍ଟରରେ ଉଡ଼ୁଥିଲେ। ଜଣେ ସଚିବଙ୍କ ଗସ୍ତ ପାଇଁ କିଏ ଅନୁମତି ଦେଇଥିଲା ସବୁ କିଛିର ତଦନ୍ତ ହୋଇ ଖୁବ୍ଶୀଘ୍ର ଦଣ୍ଡ ବିଧାନର ବ୍ୟବସ୍ଥା ହେବ ବୋଲି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ । ଏହାପୂର୍ବରୁ ବି ପରିବହନ ମନ୍ତ୍ରୀ ବିଭୂତି ଜେନା ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତର ତଦନ୍ତ ହେବା ନେଇ କହିଥିଲେ ।