କଟକର ଏକ ଘରୋଇ ନର୍ସିଂହୋମ୍‌ରେ ଲାଗିଲା ନିଆଁ

ନର୍ସିଂହୋମ୍‌ରେ ଭୟାଭୟ ଅଗ୍ନିକାଣ୍ଡ

କଟକର ଏକ ଘରୋଇ ନର୍ସିଂହୋମ୍‌ରେ ଲାଗିଲା ନିଆଁ । ପୁରୀଘାଟ ଥାନା ନିକଟ ନର୍ସିଂହୋମ୍‌ର ୩ୟ ମହଲାରେ ନିଆଁ ଲାଗିଛି । ନିଆଁ ଲିଭାଇବା ପାଇଁ ପହଞ୍ଚିଲା ଦମକଳ ବାହିନୀ । ତେବେ କେମିତି ଲାଗିଲା ନିଆଁ, କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ୩ୟ ମହଲାରେ ଥିବା ଆଇସିୟୁରେ ଲାଗିଛି ନିଆଁ । ଏହା ସହ ଆଇସିୟୁରେ ଥିବା ରୋଗୀଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି । ଅନ୍ୟପଟେ ଉଦ୍ଧାର ହୋଇଥିବା ରୋଗୀଙ୍କ ପାଇଁ କୌଣସି ପ୍ରାଥମିକ ବ୍ୟବସ୍ଥା ନଥିବା ଜଣାପଡ଼ିଛି । ରୋଗୀମାନଙ୍କୁ ଉଦ୍ଧାର ପରେ ସିଧାସଳଖ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତରଣ କରାଯାଉଛି । ଉପର ମହଲାରେ ନିଆଁ ଲାଗିଥିବା ବେଳେ ଅନ୍ୟ କୌଣସି ମହଲାକୁ ନିଆଁ ବ୍ୟାପିନଥିବା ଜଣାପଡ଼ିଛି । ସମସ୍ତ ରୋଗୀଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ପ୍ରୟାସ ଚାଲିଛି ।