ନିଟ ୟୁଜି ପେପର ଲିକ ମାମାଲାରେ ସୁପ୍ରିମକୋର୍ଟରେ ଘୁଞ୍ଚିଲା ଶୁଣାଣି

୧୮କୁଟ ଘୁଞ୍ଚିଲା ନିଟ ୟୁଜି ଶୁଣାଣି

ନିଟ ୟୁଜି ପେପର ଲିକ ମାମାଲାରେ ସୁପ୍ରିମକୋର୍ଟରେ ଘୁଞ୍ଚିଲା ଶୁଣାଣି । ଆଜି ସିବିଆଇ ପକ୍ଷରୁ ଦାଖଲ ହୋଇଥିଲା ରିର୍ପୋଟ । ଏହି ମାମାଲାରେ ପରବର୍ତ୍ତୀ ଶୁଣାଣି ୧୮ ତାରିଖରେ ହେବ । ସୁଚନା ଅନୁଯାୟୀ ଆଜି ସୁପ୍ରିମକୋର୍ଟରେ ଏ ନେଇ ଶୁଣାଣି ଥିବା ବେଳେ ଏହା ପୁବରୁ ସୁପ୍ରିମ କୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ କେନ୍ଦ୍ର ସରକାର । ମେଡିକାଲ ପ୍ରବେଶିକା ପରୀକ୍ଷାକୁ ନେଇ ବିବାଦ ପରେ ସୁପ୍ରିମକୋର୍ଟ ତଦନ୍ତକାରୀ ସଂସ୍ଥା ସିବିଆଇ, କେନ୍ଦ୍ର ସରକାର ଏବଂ ଏନଟିଏକୁ ବୁଧବାର ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ କହିଥିଲେ ।