୧୭ରୁ ରାଜ୍ୟରେ ବଢିବ ବର୍ଷା
୧୭ରୁ ରାଜ୍ୟରେ ବଢିବ ବର୍ଷାର ପରିମାଣ। ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ସୂଚନା ରହିଛି। ଆସନ୍ତା ୧୮ ତାରିଖରେ ମଧ୍ୟ ପ୍ରବଳ ବର୍ଷା ହେବ। ମୌସୁମୀ ବର୍ତ୍ତମାନ କୋରାପୁଟରେ ସକ୍ରିୟ ରହିଥିବା ବେଳେ ଆଗାମୀ ୩ ରୁ ୪ ଦିନ ଭିତରେ ଆଗକୁ ଅଗ୍ରସର ହେବ। ଆଜି ଉପକୂଳରେ ପ୍ରାକ୍ ମୌସୁମୀ ବର୍ଷା ରହିଛି କିନ୍ତୁ ଉପକୂଳରେ ଗୁଳୁଗୁଳି ଲାଗି ରହିବ। ଆଗାମୀ ୫ ଦିନ ଯାଏଁ କାଳବୈଶାଖୀ ବର୍ଷା ବିଭିନ୍ନ ସ୍ଥାନରେ ରହିବ। ଏହା ସହ ୨୪ ଘଣ୍ଟାରେ ଆଭ୍ୟନ୍ତରୀଣ ଓଡ଼ିଶା ସହ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ହିଟ୍ ୱେଭ୍ ରହିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି ।
ଅନ୍ୟପଟେ ରଜରେ ଲୋକଙ୍କୁ କଲବଲ କରିବ ଗରମ ଓ ଗୁଳୁଗୁଳି। ୧୪, ୧୫ ଓ ୧୬ ତାରିଖ ରଜ ତିନିଦିନ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଗୁଳୁଗୁଳି ହୋଇପାରେ। ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ଏହି ସୂଚନା ଦେଇଛନ୍ତି।