ରାଜ୍ୟରେ ପୁଣି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ

ସାଢ଼େ ୨ଟା ସୁଦ୍ଧା ୪୬ ଡିଗ୍ରୀ ଟପିଲା ତାପମାତ୍ରା

ରାଜ୍ୟରେ ପୁଣି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି । ଦିନ ସାଢ଼େ ୨ଟା ସୁଦ୍ଧା ୪୬ ଡିଗ୍ରୀ ଟପିଲା ତାପମାତ୍ରା । ସାଢ଼େ ୨ଟା ସୁଦ୍ଧା ୪୬.୬ ଡିଗ୍ରୀ ସହ ଜଳୁଛି ଝାରସୁଗୁଡ଼ା ସହର । ଅସହ୍ୟ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ । ଏପରିକି ୪୧ ଡିଗ୍ରୀ ଉପରେ ୪ ସହରର ତାପମାତ୍ରା ରେକର୍ଡ ହୋଇଥିବା ସୂଚନା ଦେଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସମ୍ବଲପୁରରେ ୪୫.୬, ହୀରାକୁଦରେ ୪୪.୫, ରାଉରକେଲାରେ ୪୩.୮ ଏବଂ କେନ୍ଦୁଝରରେ ୪୧.୪ ଡିଗ୍ରୀ ପାରଦ ରେକର୍ଡ ହୋଇଛି ।