‘ବିଜେପି ଆସିଲେ ଭଦ୍ରକରେ ହେବ ମେଡିକାଲ କଲେଜ ଏବଂ ହସ୍ପିଟାଲ’

‘ଓଡ଼ିଶାକୁ ତାମିଲବାବୁ ନା ମୁଖ୍ୟମନ୍ତ୍ରୀ ପରିଚାଳନା କରିବେ?’

ଚାନ୍ଦବାଲି ସଭାରେ ବର୍ଷିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଜନସଭାକୁ ସମ୍ବୋଧନ କରି କହିଛନ୍ତି, ଓଡ଼ିଶାରେ ଡବଲ ଇଞ୍ଜିନ ସରାକର ହେବ । ‘ଓଡ଼ିଶାର ଅସ୍ମିତା ବଞ୍ଚାଇବା କି ନାହିଁ ପଚାରିଲେ ଶାହ । ୬ ପର୍ଯ୍ୟାୟ ସରିଲାଣି, ୫ ପର୍ଯ୍ୟାୟ ରିପୋର୍ଟ ଅଛି । ୫ପର୍ଯ୍ୟାୟରେ ମୋଦିଜୀ ୩୧୦ସିଟ୍ ଜିତି ସାରିଲେଣି । ଲୋକସଭାରେ ୧୭, ବିଧାନସଭାରେ ୭୫ ସିଟ୍ ଜିତିବୁ । ଓଡ଼ିଶାରେ ଡବଲ ଇଞ୍ଜିନ ସରକାର କରିବୁ । ୪ଜୁନରେ ରେଜଲ୍ଟ ଆସିବ, ନବୀନ ବାବୁ ପୂର୍ବ ମୁଖ୍ୟମନ୍ତ୍ରୀ ବନିଯିବେ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଜଗନ୍ନାଥଙ୍କ ଭକ୍ତ ହିଁ ହେବ । ୨୫ବର୍ଷ ପରେ ଓଡ଼ିଶାକୁ ଓଡ଼ିଆ ଲେଖାପଢା ମୁଖ୍ୟମନ୍ତ୍ରୀ ମିଳିବ । ଓଡ଼ିଶାକୁ ତାମିଲବାବୁ ନା ମୁଖ୍ୟମନ୍ତ୍ରୀ ପରିଚାଳନା କରିବେ? ଏ ନିର୍ବାଚନ ଓଡ଼ିଆ ଅସ୍ମିତା, ଭାଷା, କଳା, ସ୍ୱାଭିମାନର ନିର୍ବାଚନ ବୋଲି କହିଛନ୍ତି ଅମିତ ଶାହ ।
ଶାହା କହିଛନ୍ତି, ‘ବିଜେଡି ୨୫ ବର୍ଷର୍ର ଓଡିଶାର ବିକାଶ ପାଇଁ କିଛି ବି ହେଇନି । ଓଡିଶା ଦେଶର ଏକ ସମୃଦ୍ଧ ରାଜ୍ୟ । ଏହାର ମାଟି ତଳେ ଅନେକ ଖଣିଜ ପଦାର୍ଥ ଅଛି, ନଦୀ ଅଛି । ହେଲେ ଓଡିଆ ଲୋକ କିନ୍ତୁ ଗରିବ ରହିଯାଇଛନ୍ତି । ଏଥିପାଇଁ ଦୋଷୀ ହେଉଛନ୍ତି ନବୀନ ବାବୁ । ସମଗ୍ର ଓଡିଶାରୁ ଲକ୍ଷ ଲକ୍ଷ ଓଡିଆ ଶ୍ରମିକ କାମ ପାଇଁ ବାହାରକୁ ଯାଉଛନ୍ତି । ହେଲେ ବିଜେପି ସରକାର ଆସିଲେ ଓଡିଶାରେ ଇଣ୍ଡଷ୍ଟ୍ରୀ ହେବ, ଆଉ କାହାକୁ ବାହାରକୁ ଯିବାକୁ ପଡିବନି ।’
ଶେଷରେ ପୁଣିଥରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଏବଂ ଚାବି ପ୍ରସଙ୍ଗ ଉଠାଇ ଓଡିଶା ସରକାରଙ୍କୁ ଟାର୍ଗେଟ କରିଛନ୍ତି ଶାହା । କହିଛନ୍ତି, ଭଗବାନ ଜଗନ୍ନାଥଙ୍କ ଚାରିଦ୍ୱାର ଖୋଲୁନି । ଭଗବାନଙ୍କ ରତ୍ନଭଣ୍ଡାରର ଅସଲ ଚାବି କେଉଁଠି ଅଛି, ନବୀନ ବାବୁ ଓଡିଶାର ଲୋକଙ୍କୁ ଜବାବ ଦିଅନ୍ତୁ । ଏଥିସହ ନକଲି ଚାବି ତିଆରି ହେଇଛି କି ନାହିଁ ? ଯାଞ୍ଚ ଆୟୋଗ ରିପୋର୍ଟ କାହିଁକି ସାର୍ବଜନୀନ ହେଇନି ? ବୋଲି ପ୍ରଶ୍ନ କରିବା ସହିତ ଓଡିଶାରେ ବିଜେପି ସରକାର ଆସିଲେ ଗୋଟିଏ ମାସ ଭିତରେ ରତ୍ନଭଣ୍ଡାର ଯାଞ୍ଚ ରିପୋର୍ଟ ସାର୍ବଜନୀନ କରିବୁ ବୋଲି ଶାହା କହିଛନ୍ତି ।
ବିଜେପି ସରକାରକୁ ଆସିଲେ ୪ ମାସରେ ଭଦ୍ରକରେ ମେଡିକାଲ କଲେଜ ଏବଂ ହସ୍ପିଟାଲ ହେବା ସହିତ ସେଠାରେ ଥିବା ସ୍ୱଂୟଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦିଆଯିବ । ଏଥିସହ ବର୍ଷେ ଭିତରେ ଭଦ୍ରକରେ ଟେକ୍ସଟାଇଲ୍ ପାର୍କ ତିଆରି ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ।