ଗଞ୍ଜାମ ଯିବେ ଅତିରିକ୍ତ ୨୦ କମ୍ପାନୀ CAPF

ଗଞ୍ଜାମ ଜଗିବେ ସେଣ୍ଟ୍ରାଲ ଫୋର୍ସ

ଆସନ୍ତା ୨୦ ତାରିଖରେ ହେବାକୁ ଥିବା ନିର୍ବାଚନ ପାଇଁ ଗଞ୍ଜାମ ଜିଲ୍ଲାରେ ମୁତୟନ ହେବେ ଅତିରିକ୍ତ ୨୦ କମ୍ପାନୀ ସେଣ୍ଟ୍ରାଲ୍ ଆର୍ମଡ ପୋଲିସ ଫୋର୍ସ । ଜିଲ୍ଲାରେ ଯେପରି ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ହୋଇପାରିବ, ସେଥିପାଇଁ ଏହି ଫୋର୍ସକୁ ୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ବୁଥ ଗୁଡ଼ିକରେ ମୁତୟନ କରିବାକୁ ଗଞ୍ଜାମ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି। ରିଜର୍ଭ ଫୋର୍ସ କିମ୍ବା ଷ୍ଟାଇକିଂ ଫୋର୍ସ ଭାବେ ମୁତୟନ କରିବାକୁ ବାରଣ କରିଛନ୍ତି ସିଇଓ। ଗଞ୍ଜାମରେ ରାଜନୈତିକ ହିଂସା ବୃଦ୍ଧି ପାଇବା ପରେ ଆସନ୍ତା ୨୦ରେ ହେବାକୁ ଥିବା ନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଞ୍ଜାମରେ ୨୦ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ କରିବା ପାଇଁ ଅନୁମୋଦନ ଦେଇଛନ୍ତି ।