ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯାଇନପାରେ ଟିମ୍ ଇଣ୍ଡିଆ

ପାକିସ୍ତାନ ଯିବନି ଟିମ୍ ଇଣ୍ଡିଆ

ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯାଇନପାରେ ଟିମ୍ ଇଣ୍ଡିଆ । ଅନ୍ୟସ୍ଥାନରେ ମ୍ୟାଚ୍ ଖେଳିବାକୁ ଆଇସିସିକୁ ଅପିଲ କରିବ ବିସିସିଆଇ । ଦୁବାଇ କିମ୍ବା ଶ୍ରୀଲଙ୍କାରେ ହୋଇପାରେ ମ୍ୟାଚ । ଏଭଳି ସ୍ଥିତିରେ ହାଇବ୍ରିଡ ମଡେଲରେ ମ୍ୟାଚ୍ ଖେଳାଯିବାର ସମ୍ଭାବନା ସୃଷ୍ଟି ହୋଇଛି । ପୂର୍ବରୁ ଏସିଆ କପରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା । ହାଇବ୍ରିଡ ମଡେଲରେ ଏସିଆ କପର ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାରେ ଖେଳିଥିଲା ଭାରତୀୟ ଟିମ୍ ।