ଇଶାନ କିଶନ ଓ ସୂର୍ଯ୍ୟକୁମାର ଯାଦବ ଆହତ
ନେଟରେ ଅଭ୍ୟାସ ସମୟରେ ସୂର୍ଯ୍ୟକୁମାର ଯାଦବ ଆହତ ହୋଇଛନ୍ତି । ଏହା ସହ ଈଶାନ କିଶନଙ୍କୁ ମହୁମାଛି କାମୁଡ଼ିବାରୁ ସେ ଆହତ ହୋଇଛନ୍ତି । ସେପଟେ ଷ୍ଟାର ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଭାରତର ଥ୍ରୋ ଡାଉନ୍ ବିଶେଷଜ୍ଞ ରଘୁଙ୍କ ସହ ଅଭ୍ୟାସ କରୁଥିଲେ । ଦିନିକିଆ ବିଶ୍ୱକପ୍ ୨୦୨୩ରେ ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ କରି ପ୍ରଥମ ୪ଟି ମ୍ୟାଚ୍ ଜିତିସାରିଛି । କିନ୍ତୁ ଏହି ଦୁଇ ଖେଳାଳି ଆହତ ହେବା ପରେ ଦଳ ଉପରେ ଏହାର ଖରାପ ପ୍ରଭାବ ପଡିପାରେ । ରବିବାର ଦଳକୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଧର୍ମଶାଳାରେ ଖେଳିବାକୁ ପଡିବ । କିନ୍ତୁ ଏହାପୂର୍ବରୁ ଭାରତୀୟ ଦଳକୁ ବଡ଼ ଝଗକା ଲାଗିଛି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପରେ ଏବେ ଭାରତୀୟ ଟିମର ୨ଟି ଖେଳାଳି ଆହତ ହୋଇଛନ୍ତି । ପ୍ରାକ୍ଟିସ ସମୟରେ ଇଶାନଙ୍କ ଡାହାଣ ହାତର କଚଟିରେ ଆଘାତ ଲାଗିଥିଲା । ଆଘାତ ଲାଗିବା ପରେ ସେ ଅଭ୍ୟାସ ବନ୍ଦ କରି ଘରକୁ ଫେରିଥିବା ଜଣାପଡ଼ିଛି । ଏଭଳି ପରିସ୍ଥିତିରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍ ଖେଳିବା ତାଙ୍କ ପାଇଁ କଷ୍ଟକର ବୋଲି କୁହାଯାଉଛି। ଈଶାନ କିଶନଙ୍କୁ ମଧ୍ୟ ମହୁମାଛି କାମଡ଼ିଥିବାରୁ ସେ ଆହତ ହୋଇଥିବା ବେଳେ ଦୁହେଁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍ ଖେଳିବେ କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ। ଏହା ପୂର୍ବରୁ ଭାରତ-ବାଂଲାଦେଶ ମଧ୍ୟରେ ମ୍ୟାଚ୍ ଚାଲୁଥିବା ବେଳେ ଆହତ ହୋଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା। ଟିମ୍ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବୋଲିଂ କରୁଥିବା ବେଳେ ଆହତ ହୋଇଥିଲେ। ଗୋଡ଼ ମୋଡ଼ି ହେବାରୁ ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା । ଏହା ପରେ ସେ ଆଉ ମ୍ୟାଚ୍ ଖେଳିବାକୁ ଆସିନଥିଲେ।