ଜାତୀୟ କ୍ରୀଡାରେ ପୁଣି ଓଡି଼ଆ ଝିଅଙ୍କ କମାଲ
ଗୋଆରେ ଜାରି ଥିବା ୩୭ତମ ଜାତୀୟ କ୍ରୀଡ଼ାରେ ଓଡ଼ିଆ ଝିଅ ଚମକିଛନ୍ତି । ମହିଳା ୧୦୦ ମିଟର ମିଡଲେ ରିଲେରେ ଓଡ଼ିଆ ଝିଅ ପ୍ରତ୍ୟାଷା ରାୟ, ସୋନିଆ ପଟେଲ, ମନ୍ନତା ମିଶ୍ର ଓ ସୃଷ୍ଟି ଉପାଧ୍ୟାୟ ବ୍ରୋଞ୍ଚ ପଦକ ହାସଲ କରିଛନ୍ତି । ସୁଇମିଂରେ ଏଭଳି ମେଡାଲ ଜିତିବା ଓଡ଼ିଶା ପାଇଁ ଦିତୀୟ। ଚଳିତ ଏସୀୟ କ୍ରୀଡ଼ାରେ ଓଡ଼ିଶାର ଖେଳାଳିମାନେ ଭଲ ପ୍ରଦର୍ଶନ କରୁଛନ୍ତି। ପ୍ରତ୍ୟାଷା ରାୟ, ସୋନିଆ ପଟେଲ, ମନ୍ନତା ମିଶ୍ର ଓ ସୃଷ୍ଟି ଉପାଧ୍ୟାୟଙ୍କ ପୂର୍ବରୁ ଓଡ଼ିଶାକୁ ୩୫ଟି ପଦକ ଆସିସାରିଛି । ଏଥିରେ ୬ଟି ସ୍ବର୍ଣ୍ଣ, ୧୧ଟି ରୌପ୍ୟ ଓ ୨୧ଟି କାଂସ୍ୟ ପଦକ ସାମିଲ ଅଛି।