ଇତିହାସରେ ସବୁଠୁ ଦାମି ଖେଳାଳି ମିଚେଲ ଷ୍ଟାର୍କ

ମିଚେଲ ଷ୍ଟାର୍କଙ୍କୁ ୨୪ କୋଟି ୭୫ ଲକ୍ଷରେ କିଣିଲା କୋଲକାତା ନାଇଟ ରାଇଡର୍ସ

ଆଇପିଏଲରେ ମିଚେଲ ଷ୍ଟାର୍କଙ୍କ ରେକର୍ଡ । ଇତିହାସରେ ସବୁଠୁ ଦାମି ଖେଳାଳି ମିଚେଲ ଷ୍ଟାର୍କ । ଆଇପିଏଲର ଚଳିତ ସିଜିନରେ ସର୍ବାଧିକ ଟଙ୍କାରେ ବିକ୍ରି ହେଲେ ଅଷ୍ଟ୍ରେଲିଆର ବିଶ୍ୱକପ୍ ବିଜେତା ସଦସ୍ୟ । ୨୪ କୋଟି ୭୫ ଲକ୍ଷରେ ନେଲା କୋଲକାତା ନାଇଟ ରାଇଡର୍ସ । ସେପଟେ ୨୦ କୋଟି ୫୦ ଲକ୍ଷ ଟଙ୍କାରେ ପ୍ୟାଟ କମିନ୍ସଙ୍କୁ କିଣିଲା ସନରାଇଜର୍ସ ହାଇଦ୍ରାବାଦ । ପ୍ୟାଟ କମିନ୍ସଙ୍କ ବେସ ପ୍ରାଇସ ୨କୋଟି ଥିଲା । କମିନ୍ସଙ୍କୁ କିଣିବା ପାଇଁ ବେଙ୍ଗାଲୁରୁ ଓ ହାଇଦ୍ରାବାଦ ମଧ୍ୟରେ ଜୋରଦାର ପ୍ରତିଦ୍ୱନ୍ଦିତା ହୋଇଥିଲା । ଶେଷରେ ହାଇଦ୍ରାବାଦ ୨୦.୫୦ କୋଟିରେ ତାଙ୍କୁ କିଣିଛି । ଅଧିନାୟକ, ବୋଲିଂ, ବ୍ୟାଟିଂରେ କମିନ୍ସଙ୍କ ଦକ୍ଷତା ହାଇଦ୍ରାବାଦକୁ ସୁହାଇବ ବୋଲି ଚର୍ଚ୍ଚା ହେଉଛି । ସେପଟେ ଚେନ୍ନାଇ ସୁପର କିଙ୍ଗ୍ସ ଦଳରେ ସାମିଲ ହୋଇଛନ୍ତି ନୁ୍ୟଜିଲାଣ୍ଡ ଅଲ ରାଉଣ୍ଡର ଡାର୍ଲି ମିଚେଲ । ଦଳ ତାଙ୍କୁ ୧୪ କୋଟିରେ କିଣିଛି । ଭାରତୀୟ ପେସ ବୋଲର ହର୍ସଲ ପଟେଲଙ୍କୁ ୧୧ କୋଟି ୭୫ ଲକ୍ଷରେ କିଣିଛି ପଞ୍ଜାବ କିଙ୍ଗ୍ସ । ସାର୍ଦ୍ଦୁଲ ଠାକୁରଙ୍କୁ ୪କୋଟି ଓ ରାଚିନ ରବିନ୍ଦ୍ରଙ୍କୁ ୧କୋଟି ୮୦ ଲକ୍ଷ ଟଙ୍କାରେ କିଣିଛି ଚେନ୍ନାଇ । ସେହିପରି ସନରାଇଜର୍ସ ହାଇଦ୍ରାବାଦ ଟିମରେ ସାମିଲ ହୋଇଛନ୍ତି ଅଷ୍ଟ୍ରେଲିଆର ଧୂଆଁଦାର ବ୍ୟାଟ୍ସମ୍ୟାନ ଟ୍ରାଭିସ ହେଡ । ୬.୮୦ କୋଟିରେ କିଣିଛି ଦଳ । ୱେଷ୍ଟଇଣ୍ଡିଜ ବ୍ୟାଟ୍ସ ମ୍ୟାନ ରୁଭମାନ ପାୱେଲଙ୍କୁ ୭ କୋଟି ୪୦ ଲକ୍ଷରେ କିଣିଛି ରାଜସ୍ଥାନ ରୟାଲ୍ସ । ଉମେଶ ଯାଦବଙ୍କୁ ୫କୋଟି ୮୦ ଲକ୍ଷ ଟଙ୍କାରେ କିଣିଲା ଗୁଜରାଟ ଟାଇଟନ୍ସ । ଅକ୍ସନରେ ଅନେକ ଖେଳାଳିଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । କିଏ ରହିବ କିଏ ଯିବ । ଆଇପିଏଲ ପ୍ରେମୀ ରଖିଛନ୍ତି ନଜର ।