ବିଶ୍ବ କପ୍ ପାଇଁ ଟିମ୍ ଇଣ୍ଡିଆର ୧୫ ଜଣିଆ ସ୍କ୍ବାଡ୍ ଘୋଷଣା

ରୋହିତ ଶର୍ମାଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ

ବିଶ୍ବ କପ୍ ପାଇଁ ଟିମ୍ ଇଣ୍ଡିଆର ୧୫ ଜଣିଆ ସ୍କ୍ବାଡ ଘୋଷଣା କଲା ବିସିସିଆଇ । ରୋହିତ ଶର୍ମାଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ମେନ ଇନ୍ ବ୍ଲୁ । ତେଣେ ଏସିଆ କପରେ ଖେଳୁଥିବା ଟିମରୁ ସଞ୍ଜୁ ସାମସନ ଓ ତିଲକ ବର୍ମା ବାଦ ପଡ଼ିଛନ୍ତି । ଇଶାନ କିଷନ, ଅକ୍ଷର ପଟେଲ ସୂର୍ଯ୍ୟ କୁମାର ଯାଦବ ଓ ମହମ୍ମଦ ସିରାଜ ପ୍ରଥମ ଥର ଲାଗି ବିଶ୍ବକପ ଖେଳିବେ । ସେହିପରି ଦଳରେ ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟଶ ଆୟର, କେ ଏଲ ରାହୁଲଙ୍କୁ ସାମିଲ କରାଯାଇଛି । ହାର୍ଦ୍ଦିକ ପାଣ୍ଡ୍ୟା ଉପ ଅଧିନାୟକ ଦାୟିତ୍ବ ତୁଲାଇବେ । କେ ଏଲ ରାହୁଲ ଓ ଇଶାନ କିଷନ ଉଇକେଟ ରକ୍ଷକ ଦାୟିତ୍ବ ତୁଲାଇବେ । ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ ଅଲରାଉଣ୍ଡିଂ ଦକ୍ଷତା ଥିବା ବେଳେ ବୋଲିଂ ବାହିନୀରେ କୁଲଦୀପ ଯାଦବ, ସାର୍ଦ୍ଦୁଲ ଠାକୁର, ମହମ୍ମଦ ସାମି, ମହମ୍ମଦ ସିରାଜ ଯଶପ୍ରୀତ ବୁମରା । ଏସିଆ କପ୍ ଭଳି ବିଶ୍ୱକପ ସ୍କ୍ୱାଡରେ ମଧ୍ୟ ରବିଚନ୍ଦ୍ରନ ଅଶ୍ୱିନୀ ଏବଂ ଯୁଜବେନ୍ଦ୍ର ଚହଲଙ୍କୁ ସ୍ଥାନ ମିଳିନାହିଁ । ଟିମ୍ ଇଣ୍ଡିଆର ୧୫ ଜଣିଆ ସ୍କ୍ବାଡରେ ରହିବେ ରୋହିତ ଶର୍ମା- ଅଧିନାୟକ, ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟଶ ଆୟର, କେ ଏଲ ରାହୁଲ (ଉଇକେଟ ରକ୍ଷକ), ଇଶାନ କିଷନ(ଉଇକେଟ ରକ୍ଷକ), ସୂର୍ଯ୍ୟ କୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଅକ୍ସର ପଟେଲ, କୁଲଦୀପ ଯାଦବ, ସାର୍ଦ୍ଦୁଲ ଠାକୁର, ମହମ୍ମଦ ସାମି,
ମହମ୍ମଦ ସିରାଜ, ଯଶପ୍ରୀତ ବୁମରା