ନେପାଳକୁ ୧୦ ଓ୍ବିକେଟରେ ହରାଇଲା ଟିମ୍ ଇଣ୍ଡିଆ

ଏସିଆ କପ୍ ଟପ୍ -4 ରେ ଭାରତ

ଏସିଆ କପ୍ ଟପ୍ -4 ରେ ଭାରତ । ନେପାଳକୁ ୧୦ ଓ୍ବିକେଟରେ ହରାଇଲା ଟିମ୍ ଇଣ୍ଡିଆ । କ୍ୟାପଟେନ ରୋହିତ ଶର୍ମା ଅର୍ଦ୍ଧଶତକ ହାସଲ କରିଛନ୍ତି । ରୋହିତ ୭୪ ରନ କରିଥିବାବେଳେ ଗିଲ କରିଛନ୍ତି ୬୭ ରନ । ଟସ ଜିତି ପ୍ରଥମେ ବୋଲିଂ କରିଥିଲା ଟିମ୍ ଇଣ୍ଡିଆ । ୪୮.୨ ଓଭରରେ ସମସ୍ତ ଓ୍ବିକେଟ ହରାଇ ୨୩୦ ରନ କରିଥିଲା ନେପାଳ । ଓପନର ଆସିଫ ଶେଖ ୫୮ ରନ କରିଥିବାବେଳେ ଗୁଲଶନ ଝା ୨୩ ରନ କରିଥିଲେ । ଟିମ୍ ଇଣ୍ଡିଆ ପକ୍ଷରୁ ଜାଡେଜା ଓ ସିରାଜ ୩ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ସେହିପରି ଶାମି, ହାର୍ଦ୍ଦିକ ଓ ଶାର୍ଦ୍ଦୁଲ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ । ୨୩୧ ରନର ଟାର୍ଗେଟ ସହିତ ଭାରତ ପଡ଼ିଆକୁ ଓହ୍ଲାଇବା ପରେ ବର୍ଷା ବାଧା ଦେଇଥିଲେ । ଫଳରେ ଡିଏଲଏସ ନିୟମ ଅନୁସାରେ ଭାରତକୁ ୨୩ ଓଭରରେ ୧୪୫ ରନର ଟାର୍ଗେଟ ମିଳିଥିଲା । ୨୦ ଓଭର ଗୋଟିଏ ବଲରେ ମ୍ୟାଚକୁ ଜିତି ନେଇଥିଲା ଭାରତ ।