ପୁରୁଷ କ୍ରିକେଟରେ ସ୍ୱର୍ଣ୍ଣ

ଏସୀୟ କ୍ରୀଡାରେ ଭାରତ ପାଇଁ ପଦକ ବର୍ଷା

ଏସୀୟ କ୍ରୀଡ଼ାରେ ଭାରତକୁ ମିଳୁଛି ଗୋଟିଏ ପରେ ଗୋଟିଏ ସଫଳତା । ଚାଇନାର ହାଙ୍ଗଜୋ ସହରରେ ଖେଳାଯାଉଥିବା ଏସୀୟ କ୍ରୀଡ଼ା ୨୦୨୩ର ପୁରୁଷ କ୍ରିକେଟ ଫାଇନାଲରେ ଭାରତ ସ୍ୱର୍ଣ୍ଣ ପଦକ ଜିତିଛି । ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ପ୍ରାଥମିକତା କ୍ରମରେ ଆଫଗାନିସ୍ତାନ ଦଳଠାରୁ ଭାରତ ଦଳ ଆଗରେ ରହିଥିଲା । ଯାହା ପରେ ଭାରତକୁ ବିଜେତା ଘୋଷଣା କରାଯାଇଥିଲା । ବର୍ଷା ଆରମ୍ଭ ହେବା ବେଳକୁ ଆଫଗାନିସ୍ତାନ ଦଳ ୧୮.୨ ରେ ୧୧୨ ରନ୍ ରେ ବ୍ୟାଟିଂ କରୁଥିଲା । ଭାରତୀୟ ମହିଳା ହକି ଦଳ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲା । ତେବେ ତାଙ୍କୁ କାଂସ୍ୟ ପଦକ ମିଳିଛି । ଫାଇନାଲରେ ଭାରତୀୟ ମହିଳା ହକି ଦଳ ଜାପାନକୁ ୨-୧ ଗୋଲରେ ପରାସ୍ତ କରିଥିଲା । ଚେସରେ ମହିଳା ଓ ପୁରୁଷ ଦଳକୁ ରୌପ୍ୟ ଅନ୍ୟପକ୍ଷରେ ଚେସ୍ ରେ ମଧ୍ୟ ଭାରତ ଦୁଇଟି ପଦକ ଜିତିଛି । ପ୍ରଥମେ ମହିଳା ଦଳ ରୌପ୍ୟ ପଦକ ଜିତିଥିଲା । ଏହାପରେ ପୁରୁଷ ଦଳ ମଧ୍ୟ ରୌପ୍ୟ ପଦକ ଜିତିଥିଲା । ଏହାକୁ ମିଶାଇ ୨୦୨୩ ଏସୀୟ କ୍ରୀଡ଼ାରେ ଭାରତ ୧୦୭ ପଦକ ହାସଲ କରିଛି ।