ସୁସ୍ଥ ହେଉନାହାନ୍ତି ହାର୍ଦ୍ଦିକ୍ ପାଣ୍ଡ୍ୟା

ବିଶ୍ବକପ୍ ମ୍ୟାଚ୍ ରୁ ବାଦ୍ ପଡିବେ ପାଣ୍ଡ୍ୟା !

ଚିନ୍ତାରେ ଟିମ୍ ଇଣ୍ଡିଆ । ଅକ୍ଟୋବର ୨୯ରେ ଇଂଲଣ୍ଡ ଓ ନଭେମ୍ବର ୨ରେ ଶ୍ରୀଲଙ୍କା ବିପକ୍ଷରେ ଭାରତ ଖେଳିବାକୁ ଥିବା ଆଗାମୀ ବିଶ୍ୱକପ ମ୍ୟାଚରୁ ବାଦ୍ ପଡ଼ିପାରନ୍ତି ହାର୍ଦ୍ଦିକ ପାଣ୍ଡ୍ୟା। ଭାରତର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହେବା ପରେ ଟିମ୍‌ ଇଣ୍ଡିଆର ବିଶ୍ବକପ୍‌ ଅଭିଯାନକୁ ବଡ ଝଟ୍‌କା ଲାଗିଛି । ଆଗାମୀ ଦିନରେ ପାଣ୍ଡ୍ୟା ଟିମ୍‌ ଇଣ୍ଡିଆର ଅନେକ ମ୍ୟାଚ୍‌ରେ ଖେଳିବେନି ବୋଲି ସୂଚନା ରହିଛି । ପୂର୍ବରୁ ହାର୍ଦ୍ଦିକ ତାଙ୍କ ଜୀବନରେ ଅନେକ ଥର ଅଘାତ ପାଇଛନ୍ତି। ହେଲେ ଯେଉଁଭଳି ଭାବେ ଏଥର ସେ ଦଳରେ ରହିପାରୁନାହାନ୍ତି ତାହା ନିଶ୍ଚୟ ତା‌ଙ୍କ ବ୍ୟକ୍ତିଗତ ଜୀବନକୁ ପ୍ରଭାବିତ କରିବ । ତେବେ ପାଣ୍ଡ୍ୟାଙ୍କ ନଖେଳି ପାରିବା ଦଳ ପାଇଁ ଏବେ ଏକ ଚିନ୍ତାର ବିଷୟ ପାଲଟିଛି । ବାଂଲାଦେଶ ବିପକ୍ଷ ମ୍ୟାଚ୍ ସମୟରେ ହାର୍ଦ୍ଦିକଙ୍କ ଗୋଡ଼ ମୋଡ଼ି ହୋଇଯିବାରୁ ଅଧା ମ୍ୟାଚରୁ ତାଙ୍କୁ ଡାକ୍ତରଖାନା ଯିବାକୁ ପଡ଼ିଥିଲା। ଏବେ ବି ସେ ସୁସ୍ଥ ହୋଇନଥିବାରୁ ଆଗାମୀ କିଛି ମ୍ୟାଚରେ ସେ ନଜର ଆସିବେ ନାହିଁ ବୋଲି କୁହାଯାଉଛି। ତାଙ୍କ ବାମ ଗୋଡ଼ରେ ଆଘାତ ଲାଗିବା ପରେ ବେଙ୍ଗାଲୁରୁର ନ୍ୟାସନାଲ କ୍ରିକେଟ୍ ଏକାଡେମୀରେ ହାର୍ଦ୍ଦିକ ପାଣ୍ଡ୍ୟା ନିଜର ଚିକିତ୍ସା ଜାରି ରଖିଛନ୍ତି। ଏପର୍ଯ୍ୟନ୍ତ ସେ ଅଭ୍ୟାସ ଆରମ୍ଭ କରିନଥିବାରୁ ତାଙ୍କୁ ସୁସ୍ଥ ହେବା ପାଇଁ ଆହୁରି ଅଧିକ ଦିନ ଲାଗିପାରେ ବୋଲି ଚର୍ଚ୍ଚା ‌ହେଉଛି