ଏସିଆ କପ୍ ମୁକାବିଲାରେ ଭାରତର ବିଜୟ ଧାରାରେ ରୋକ୍

ଶେଷ ମୁହୂର୍ତ୍ତରେ ୬ ରନରେ ଜିତିଗଲା ବାଂଲାଦେଶ

ହାରିଲା ଭାରତ କିନ୍ତୁ ହୃଦୟ କିଣିନେଲେ ଗିଲ୍ । ଭାରତ-ବାଂଲାଦେଶ ଏସିଆ କପ ମୁକାବିଲାରେ ଭାରତର ବିଜୟ ଧାରାରେ ଲାଗିଲା ରୋକ୍ । ବାଂଲାଦେଶଠାରୁ ପରାଜିତ ହୋଇଛି ଟିମ୍ ଇଣ୍ଡିଆ । ମ୍ୟାଚକୁ ଶେଷ ମୁହୂର୍ତ୍ତରେ ୬ ରନରେ ଜିତିନେଇଛି ବାଂଲାଦେଶ । ୨୬୬ରନର ଟାର୍ଗେଟକୁ ପିଛା କରି ୨୫୯ରନରେ ଅଲଆଉଟ ହୋଇଛି ଟିମ୍ ଇଣ୍ଡିଆ  । ତେବେ ସମସ୍ତଙ୍କର ହୃଦୟ ଜିତିନେଇଛନ୍ତି ଶୁଭମନ ଗିଲ୍  । ୧୩୩ବଲରେ ଗିଲ୍ ୧୨୧ ରନ ହାସଲ କରିଛନ୍ତି । ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଆରମ୍ଭରୁ ହିଁ ଭାରତୀୟ ବୋଲରମାନେ ବାଂଲାଦେଶର ବ୍ୟାଟିଂ ବିପର୍ଯ୍ୟୟ କରିବାକୁ ସକ୍ଷମ ହୋଇଥିଲେ  । ବାଂଲାଦେଶ ୨୮ ରନରେ ୩ଟି ଓ୍ବିକେଟ୍ ହରାଇଥିଲା । ପରେ ଅଧିନାୟକ ସାକିବୁଲ ହାସାନ ଓ ହାଓହିଦ୍ ହ୍ରିଦୟ ଲଢୁଆ ବ୍ୟାଟିଂ କରି ଦଳକୁ ବିପର୍ଯ୍ୟୟରୁ ଉଦ୍ଧାର କରିବା ସହ ସ୍କୋରକୁ ଆଗେଇ ନେଇଥିଲେ । ସାକିବୁଲ ୮୦ ରନ କରିଥିବାବେଳେ ହ୍ରିଦୟ ୫୪ ରନ କରିଥିଲେ ।