ସୁନୀଲ ଛେତ୍ରୀଙ୍କୁ ଗୋଲ୍ଡେନ୍ ବୁଟ୍ ପୁରସ୍କାର

ଭାରତର ରୋମାଞ୍ଚକର ବିଜୟ

୯ ଥର ପାଇଁ ବିଜୟର ସ୍ବାଦ ଚାଖିଲା ଟିମ୍ ଇଣ୍ଡିଆ । ମଙ୍ଗଳବାର ବେଙ୍ଗାଲୁରୁର କାନ୍ତିରବା ଷ୍ଟାଡିଅମରେ ଆୟୋଜିତ ଭାରତ ଓ କୁଏତ ସାଫ ଚମ୍ପିୟାନସିପ୍ ଫୁଟୁବଲ ଫାଇନାଲରେ ଭାରତ ପେନଲ୍ଟି ସୁଟ୍ ଆଉଟରେ ୫-୪ ବ୍ୟବଧାନରେ ରୋମାଞ୍ଚକର ଵିଜୟ ହାସଲ କରିଛି । ଏହା ଭାରତର ନବମ ସାଫ ଚମ୍ପିୟାନସିପ୍  ଟାଇଟଲ । ଖେଳର ସମ୍ପୂର୍ଣ୍ଣ ୧୨୦ ମିନିଟ ସମୟରେ ଭାରତ ଓ କୁଏତ ପରସ୍ପର ବିପକ୍ଷରେ ଗୋଟିଏ ଗୋଲ କରିଥିଲେ । ତେବେ ନିୟମ ଅନୁସାରେ କରାଯାଇଥିବା ପେନଲଟି ସୁଟ ଆଉଟରେ ମଧ୍ୟ ଉଭୟ ଦଳ ୪-୪ ସ୍ଥିତିରେ ରହିଥିଲେ । ଶେଷରେ ଡେଥ ପେନଲ୍ଟିରେ ଭାରତର ଗୋଲ ରକ୍ଷକ ଗୁରପ୍ରୀତ ସିଂ ସାନ୍ଧୁ ଗୋଲ ଅଟକାଇ ଭାରତକୁ ବିଜେତା କରାଇଥିଲେ । ଭାରତୀୟ ଫୁଟୁବଲ ଟିମର ଏହି ସଫଳତା ପାଇଁ ଅଧିନାୟକ ସୁନୀଲ ଛେତ୍ରୀ ସମସ୍ତ ପ୍ରସଂଶକଙ୍କୁ ମିଳିଥିବା ସମର୍ଥନ ପାଇଁ ଧନ୍ୟବାଦ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଏହି ସଫଳତା ପାଇଁ ଟିମ କୁ ଶୁଭେଚ୍ଛା ଜଣାଇଛନ୍ତି। ୩୮ ବର୍ଷ ବୟସ୍କ ଭାରତୀୟ ଅଧିନାୟକ ସୁନୀଲ ଛେତ୍ରୀ ଏହି ଚାମ୍ପିୟାନସିପ୍ ରେ ସର୍ବାଧିକ ୬ ଟି ଗୋଲ କରି ମ୍ୟାନ ଅଫ ଦି ସିରିଜ ତଥା golden boot ପୁରସ୍କାର ପାଇଛନ୍ତି ।