ମହିଳା କ୍ରିକେଟ୍ ଟିମ୍ କୁ ସଫଳତା

ବାଂଲାଦେଶକୁ ହରାଇଲା ଭାରତ

ଭାରତୀୟ ମହିଳା କ୍ରିକେଟ ଟିମ୍ ର ବାଂଲାଦେଶ ଗସ୍ତର ଅଭିଯାନ ବିଜୟରୁ ଆରମ୍ଭ ହୋଇଛି । ଭାରତ ରବିବାର ଢାକାର ଶେର-ଏ-ବାଂଲା ନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ଟି୨୦ ଅନ୍ତର୍ଜାତୀୟ ମ୍ୟାଚରେ ୭ ୱିକେଟରେ ବଡ଼ ବିଜୟ ହାସଲ କରିଛି । ଭାରତ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଏବଂ ବାଂଲାଦେଶ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ବିନିମୟରେ ୧୧୪ ରନରେ ସୀମିତ ରହିଥିଲା । ସେହିପରି ଭାରତୀୟ ଦଳ ୧୬.୨ ଓଭରରେ ସହଜରେ ୩ ୱିକେଟ୍ ହରାଇ ୧୧୮ ରନ୍ ସଂଗ୍ରହ କରି ବିଜୟୀ ହୋଇଥିଲା । ଭାରତ ପାଇଁ ଅଧିନାୟକ ହରମନପ୍ରୀତ କୌର ଏବଂ ଓପନର ସ୍ମୃତି ମନ୍ଧାନା ଚମତ୍କାର ବ୍ୟାଟିଂ କରିଥିଲେ । ୧୧୫ରନର ବିଜୟ ଲକ୍ଷ୍ୟକୁ ପିଛା କରି କ୍ରୀଜକୁ ଓହ୍ଲାଇଥିବା ଭାରତୀୟ ଦଳର ଆରମ୍ଭ ଖରାପ ରହିଥିଲା । ଓପନର ବ୍ୟାଟ୍ସମ୍ୟାନ୍ ଶେଫାଳି ବର୍ମା ପ୍ରଥମ ଓଭରରେ ହିଁ ନିଜ ୱିକେଟ୍ ହରାଇଥିଲେ । ତାଙ୍କୁ ମାରୁଫା ଅଖତର ଏଲବିଡବ୍ଲୁ କରିଥିଲେ । ସେଫାଳି ୩ଟି ବଲ୍ ଖେଳି ଖାତା ଖୋଲି ପାରିନଥିଲେ । ଜେମିମା ରୋଡ୍ରିଗ୍ସ ୧୪ ଟି ବଲରେ ୨ଟି ଚୌକା ଜରିଆରେ ୧୧ ରନ୍ ହିଁ କରିପାରିଥିଲେ ।