ଚନ୍ଦ୍ରର ଧୂଳି ତରଳାଇ ନିର୍ମାଣ ହେବ କଠିନ ପୃଷ୍ଠଭୂମୀ

ଚନ୍ଦ୍ରପୃଷ୍ଠରେ ହେବ ରାସ୍ତା

ଚନ୍ଦ୍ରପୃଷ୍ଠକୁ ଅଧିକ ବାସଯୋଗ୍ୟ କରିବା ପାଇଁ ଜାରି ରହିଛି ରିସର୍ଚ୍ଚ । ଏନେଇ ବୈଜ୍ଞାନିକମାନେ ଗ‌ବେଷଣା କରିବା ବନ୍ଦ କରୁନାହାନ୍ତି । ଧୂଳି ତରଳାଇ କଠିନ ରାସ୍ତା ନିର୍ମାଣ କରିବା ପାଇଁ ଚାଲିଛି ଚେଷ୍ଟା । ୟୁରୋପୀୟ ସ୍ପେସ୍ ଏଜେନ୍ସି ବା ଇଏସ୍‌ଏର ବୈଜ୍ଞାନିକମାନେ ନିକଟରେ ଏକ ନୂତନ ଯୋଜନା କରିଛନ୍ତି । ଚନ୍ଦ୍ରରେ ସଡ଼କ ଯୋଗ୍ୟ ପୃଷ୍ଠଭୂମି ସୃଷ୍ଟି କରିବା ପାଇଁ ବୈଜ୍ଞାନିକମାନେ ଏକ ଉଚ୍ଚକୋଟୀର ପ୍ରକଳ୍ପ ଆରମ୍ଭ କରିଛନ୍ତି । ‘ପିଏଭିଇଆର୍‌’ ନାମରେ ଜଣାଶୁଣା ଏହି ପ୍ରକଳ୍ପରେ ବୈଜ୍ଞାନିକମାନେ ଏକ ଶକ୍ତିଶାଳୀ ଲେଜର ବ୍ୟବହାର କରି ଚନ୍ଦ୍ରର ଧୂଳିକୁ ତରଳାଇ କଠିନ ପୃଷ୍ଠଭୁମିରେ ପରିଣତ କରିବା କାର୍ଯ୍ୟ ଆରମ୍ଭ କରିଛନ୍ତି। ତାପରେ ପୃଷ୍ଠଭୂମି ବନିଯିବା ପରେ ଚନ୍ଦ୍ରରେ ଲ୍ୟାଣ୍ଡିଂ ପ୍ୟାଡ୍ ଓ ରାସ୍ତା ତିଆରି କରିବାକୁ ସୁବିଧା ହେବ ବୋଲି ସେମାନେ ଆଶାବାଦୀ। ବୈଜ୍ଞାନିକମାନେ ବିଶ୍ବାସ କରୁଛନ୍ତି ଯେ ଦିନେ ନା ଦିନେ ସୂର୍ଯ୍ୟକିରଣକୁ ବ୍ୟବହାର କରାଯାଇଛି ଚନ୍ଦ୍ରର ଧୂଳିକୁ ଭିନ୍ନ ରୂପ ଦେଇ ଲ୍ୟାଣ୍ଡିଂ ପ୍ୟାଡ ଓ ରାସ୍ତା ତିଆରି କରାଯାଇପାରିବ। ଚନ୍ଦ୍ରର ମାଟିକୁ ସଂଗ୍ରହ କରାଯାଇ ଲେଜର୍‌ ସାହାଯ୍ୟରେ ପୃଥିବୀରେ କରାଯାଇଥିବା ଏକ ପରୀକ୍ଷଣରୁ ଏହି ଆଶା ସୃଷ୍ଟି ହୋଇଛି।