ଚନ୍ଦ୍ର ପୃଷ୍ଠ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଦେଉଛି ରୋଭର ପ୍ରଜ୍ଞାନ୍

ଚନ୍ଦ୍ରରେ ଅଛି ସଲଫର ଓ ଅମ୍ଳଜାନ

ଚନ୍ଦ୍ରରେ ସଲଫର୍ ସହିତ ଆହୁରି ଅନେକ ପଦାର୍ଥ ରହିଛି । ଏନେଇ ରୋଭର ପ୍ରଜ୍ଞାନ ଦେଇଥିବା ସୂଚନା ନେଇ ଇସ୍ରୋ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଚନ୍ଦ୍ରର ଦକ୍ଷିଣ ମେରୁରେ ବିଚରଣ କରୁଥିବା ରୋଭର ପ୍ରଜ୍ଞାନ ସଲଫର ସହିତ ଆଲୁମିନିୟମ, କ୍ୟାଲସିୟମ, ଫେରସ, କ୍ରୋମିୟମ, ଟିଟାନିୟମ, ମାଙ୍ଗାନିଜ, ସିଲିକନ ଓ ଅକ୍ସିଜେନର ସନ୍ଧାନ କରିଛି । ରୋଭର ପ୍ରଜ୍ଞାନରେ ଲାଗିଥିବା LIBS ନାମକ ଏକ ଯନ୍ତ୍ର ଏହା ସ୍ପଷ୍ଟ କରିଛି । ଚନ୍ଦ୍ରରେ ହାଇଡ୍ରୋଜେନ୍‌ ଅଛି ନା ନାହିଁ, ତାହା ଜାଣିବା ପାଇଁ ରୋଭର ପ୍ରଜ୍ଞାନ ସନ୍ଧାନ ଚଳାଇଛି । ଏହା ପୂର୍ବରୁ ରବିବାର ଲ୍ୟାଣ୍ଡର ବିକ୍ରମରେ ଲାଗିଥିବା ପେଲୋଡ୍ ଚନ୍ଦ୍ରପୃଷ୍ଠରୁ ଗୋଟିଏ ନୂଆ ସୂଚନା ପଠାଇଥିଲା । ଚନ୍ଦ୍ରରେ ମାଟିର ତାପମାତ୍ରା ୧୦ରୁ ୫୦ ଡିଗ୍ରୀ ମଧ୍ୟରେ ରହିଛି । ଚନ୍ଦ୍ରରେ ଆଉ ଆଠ ଦିନ ସକ୍ରିୟ ରହିବ ଲ୍ୟାଣ୍ଡର ବିକ୍ରମ ।