ମିଶନ ଚନ୍ଦ୍ରଯାନ-୩: ଅଲଗା ହେବେ ପ୍ରୋପୁଲସନ୍ ମୋଡ୍ୟୁଲରୁ ଲ୍ୟାଣ୍ଡର ଓ ରୋଭର

ସଫଳତାର ସିଡି ଚଢୁଛି ଚନ୍ଦ୍ରଯାନ-୩

ଚନ୍ଦ୍ରର ଆହୁରି ନିକଟତର ହେଉଛି ଚନ୍ଦ୍ରଯାନ-3 । ନିଜ ଶେଷ କକ୍ଷପଥ ଚନ୍ଦ୍ରଚାରିପଟେ ଏବେ ଘୁରୁଛି ଚନ୍ଦ୍ରଯାନ । ବର୍ତ୍ତମାନ ଚନ୍ଦ୍ରଯାନ-୩ ଚନ୍ଦ୍ରଠାରୁ ସବୁଠୁ କମ୍ ୧୫୩ କିମି ଓ ସବୁଠୁ ଅଧିକ ୧୬୩ କିମି ଦୂରରେ ଅଣ୍ଡାକାର ପଥରେ ଘରୁଛି ଚନ୍ଦ୍ରଯାନ-୩ । ଆଜି ଚନ୍ଦ୍ରଯାନ-୩ରେ ଥିବା ପ୍ରୋପୁଲସନ୍ ମୋଡ୍ୟୁଲରୁ ଲ୍ୟାଣ୍ଡର ଓ ରୋଭର ଅଲଗା ହେବ । ଲ୍ୟାଣ୍ଡରରେ ରହିଥିବା ସଫ୍ଟୱେର ସହାୟତାରେ ଏହା ଚନ୍ଦ୍ରର ଆହୁରି ନିକଟତର ହେବ । ଏହି ସମୟରେ ଲ୍ୟାଣ୍ଡର ଚନ୍ଦ୍ରଠାରୁ ସର୍ବାଧିକ ୧୦୦ ଓ ସର୍ବନିମ୍ନ ୩୦ କିମି ଦୂରରେ ପରିକ୍ରମା କରିବ । ନିର୍ଦ୍ଧାରିତ ଯୋଜନା ଅନୁସାରେ ସବୁ ଠିକ୍ଠାକ୍ ଚାଲିଲେ ଅଗଷ୍ଟ ୨୩ ତାରିଖ ଅପରାହ୍ଣ ୫ଟା ୪୭ରେ ଲ୍ୟାଣ୍ଡର ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିବ । ଚନ୍ଦ୍ର ଆଡକୁ ଆଉ ପାଦେ ଆଗେଇଲା ଚନ୍ଦ୍ରଯାନ-୩ । ବୁଧବାର ଚନ୍ଦ୍ରର ସବୁଠାରୁ ନିକଟତର, ପଂଚମ ତଥା ଶେଷ କକ୍ଷ ପଥରେ ପ୍ରବେଶ କରିଛି । ଏହା ପରେ ଚନ୍ଦ୍ରର ଆହୁରି ନିକଟତର ହୋଇଛି ପ୍ରୋପୁଲ। ଚନ୍ଦ୍ରଯାନ ୫ମ କକ୍ଷ ପଥରେ ପ୍ରବେଶ କରିବା ପରେ ଇସ୍ରୋ ଏକ ଫଟୋ ଟୁଇଟ କରିଛି । ଟ୍ୱିଟରରେ କୁହାଯାଇଛି ଯେ ଚନ୍ଦ୍ରଯାନ ଥ୍ରୀର ସଫଳତାର ସହ ଚନ୍ଦ୍ରର ପଂଚମ ତଥା ଶେଷ କକ୍ଷ ପଥରେ ପ୍ରବେଶ କରିଛି । ଏଣିକି ଚନ୍ଦ୍ରଠୁ ସର୍ବନିମ୍ନ ୧୫୩ ଓ ସର୍ବାଧିକ ୧୬୩ କିଲୋମିଟର ଦୂରରେ ରହିଛି ଚନ୍ଦ୍ରଯାନ ଥ୍ରୀ । ଜୁଲାଇ ୧୪ ତାରିଖରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାର ସତୀଶ ଧୱନ ମହାକାଶକେନ୍ଦ୍ରରୁ ଚନ୍ଦ୍ରଯାନ ଥ୍ରିର ସଫଳ ଉତକ୍ଷେପଣ କରାଯାଇଥିଲା । ଏବେ ଯଦି ସବୁ କିଛି ଠିକଠାକ ରୁହେ ତେବେ ଅଗଷ୍ଟ ୨୩ ସଂଧ୍ୟା ୫ଟା ୪୭ ମିନିଟରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଚନ୍ଦ୍ରଯାନ ଥ୍ରୀ ।