ଭାରତର ଖୁସି ଦ୍ବିଗୁଣିତ

ଜହ୍ନ ମାମୁରେ ବୁଲୁଛି ରୋଭର ପ୍ରଜ୍ଞା

ଦ୍ବିଗୁଣିତ ହେଉଛି ଦେଶର ଖୁସି । ପୁଣି ଥରେ ଦେଶବାସୀଙ୍କ ଛାତି ଗର୍ବରେ କୁଣ୍ଢେମୋଟ ହୋଇଗଲା । ବୁଧବାର ଚନ୍ଦ୍ରଯାନ-3 ଜହ୍ନ ମାମୁରେ ପାଦ ଥାପିଥିବା ବେଳେ ଆଜି ବିଚରଣ କରିବା ଆରମ୍ଭ କରିଛି। ଲ୍ୟାଣ୍ଡର୍ ବିକ୍ରମଠୁ ଗତକାଲିଠୁ ଅଲଗା ହୋଇଥିବା ରୋଭର ପ୍ରଜ୍ଞାନ ଜହ୍ନରେ ଚାଲିବା ଆରମ୍ଭ କରିଥିବା ନେଇ ଟ୍ୱିଟ କରି ସୂଚନା ଦେଇଛି ଇସ୍ରୋ । ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩ ସଫ୍ଟ ଲ୍ୟାଣ୍ଡିଂ କରିଥିବା ବେଳେ ଆଜିଠୁ ରୋଭର ପ୍ରଜ୍ଞାନ ଚାଲିବା ଆରମ୍ଭ କରିଛି। ଆସନ୍ତା ୧୪ ଦିନ ଧରି ରୋଭର ପ୍ରଜ୍ଞାନ ଚନ୍ଦ୍ର ପୃଷ୍ଠରେ ଚାଲିବା ସହ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରି ଇସ୍ରୋ ସେଣ୍ଟରକୁ ପଠାଇବ । ଚନ୍ଦ୍ରଯାନ ୩ ଅଭିଯାନର ମୁଖ୍ୟତଃ ୩ଟି ଲକ୍ଷ୍ୟ ଥିଲା । ପ୍ରଥମ ହେଲା ସୁରକ୍ଷିତ ଭାବେ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର ବିକ୍ରମର ଅବତରଣ । ଆବୁଡ଼ା ଖାବୁଡ଼ା ଓ ଗର୍ତ୍ତ ଥିବା ଚନ୍ଦ୍ରପୃଷ୍ଠରେ ରୋଭରର ବିଚରଣ ଓ ବିକ୍ରମ ଦ୍ୱାରା ବିଭିନ୍ନ ପରୀକ୍ଷା ନିରୀକ୍ଷା। ପ୍ରଥମ ଦୁଇଟି ଲକ୍ଷ୍ୟ ପୂରଣ ହୋଇଛି।