ମହୁଆଙ୍କ ଉପରେ ମମତାଙ୍କ ଦୃଢ ବିଶ୍ବାସ

ବିବାଦ ଭିତରେ ମହୁଆଙ୍କୁ ମିଳିଲା ନୂଆ ଦାୟିତ୍ବ

ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ର ତାଙ୍କ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୃଷ୍ଣନଗରର ଜିଲ୍ଲା ମୁଖ୍ୟ ଭାବେ ନୂଆ ଦାୟିତ୍ବ ପାଇଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କୁ ଏହି ନୂଆ ଦାୟିତ୍ବ ଦେଇଛନ୍ତି । ଏଣେ  ନୂଆ ଦାୟିତ୍ୱ ମିଳିଥିବା ବେଳେ ପଶ୍ଚିମବଙ୍ଗରଏହି ସାଂସଦଙ୍କ ବିରୋଧରେ ‘କ୍ୟାସ୍‌ ଫର୍‌ କ୍ୱେରି’ ମାମଲାରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚର୍ଚ୍ଚା ହେଉଛି । ଲୋକସଭା ସଦାଚାର କମିଟି ତାଙ୍କ ସଂସଦୀୟ ସଦସ୍ୟତାକୁ ରଦ୍ଦ କରିବାକୁ ସୁପାରିସ କରିଛି। ଲୋକସଭାର ଶୀତକାଳୀନ ଅଧିବେଶନ କାଳରେ ଏହି ନିଷ୍ପତ୍ତି ନିଆଯିବ। ସାଂସଦ ମହୁଆ ମୈତ୍ର  ଏକ୍ସରେ କରିଥିବା ଏକ ପୋଷ୍ଟରେ ମମତା ବାନାର୍ଜୀ ଏବଂ ତାଙ୍କ ଦଳକୁ ଧନ୍ୟବାଦ ଜଣାଇଛନ୍ତି। ‘ମୋତେ କୃଷ୍ଣନଗରର ଜିଲ୍ଲା ସଭାପତି ନିଯୁକ୍ତ କରିଥିବାରୁ ମମତା ବାନାର୍ଜୀ ଏବଂ ଏଆଇଟିସିକୁ ଧନ୍ୟବାଦ। କୃଷ୍ଣନଗରବାସୀଙ୍କ ପାଇଁ ଦଳ ସହ ସବୁବେଳେ କାମ କରିବି’ ବୋଲି ଶ୍ରୀମତୀ ମୈତ୍ର ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି।