କଂଗ୍ରେସରେ ତେଲେଙ୍ଗାନା ସରକାର

କଂଗ୍ରେସ ଅଧ୍ୟକ୍ଷଙ୍କୁ ଭେଟିବା ପଡ଼ିଲା ମହଙ୍ଗା, ବିଦା ହେଲେ ଡିଜିପି

ତେଲେଙ୍ଗାନାରେ ବିଆରଏସକୁ ହରାଇ କଂଗ୍ରେସ ସରକାର ଗଢିବାକୁ ଯାଉଛି । ଏହି ବିଜୟ ପରେ କଂଗ୍ରେସ କର୍ମକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ରାଜ୍ୟ କଂଗ୍ରେସ ଅଧ୍ୟକ୍ଷଙ୍କୁ ଭେଟିଥିବା ଘଟଣା ଡିଜିପିଙ୍କୁ ମହଙ୍ଗା ପଡ଼ିଛି । ନିର୍ବାଚନ ଆୟୋଗ ଆଦର୍ଶ ଆଚରଣ ସଂହିତା ନିୟମ ଉଲଂଘନ କରିଥିବାରୁ କେନ୍ଦ୍ର କରି ପୋଲିସ ଡିଜି ଅଞ୍ଜନି କୁମାରଙ୍କୁ ନିଳମ୍ବିତ କରିଛନ୍ତି । ଡିଜିପି ରାଜ୍ୟ ପୋଲିସର ନୋଡାଲ ଅଧିକାରୀ ସଞ୍ଜୟ ଜୈନ ଓ ମହେଶ ଭାଗବତଙ୍କ ସହିତ ଭେଟ ଘଟଣା, ଗଣତି ସମୟରେ ହାଇଦ୍ରାବଦରେ ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ରେଭନ୍ତ ରେଡ୍ଡୀଙ୍କୁ ଭେଟିବା ସହିତ ଫୁଲତୋଡ଼ା ଦେଇଥିଲେ । ଏହି ସାକ୍ଷାତକାର ସମୟ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିଲା । ଏହାପରେ ନିର୍ବାଚନ ଆୟୋଗ ଡିଜିପି କୁମାରଙ୍କୁ ନିଲମ୍ବିତ କରିବା ପାଇଁ ଆଦେଶ ଦେଇଥିଲେ । ଚର୍ଚ୍ଚା ହେଉଛି ରେଭନ୍ତ ରେଡ୍ଡି ତେଲେଙ୍ଗାନାରେ ମୁଖ୍ୟମନ୍ତ୍ରୀ ହେବେ ।